୧-ପ୍ରତିଭା ରାୟ ପାଇବେ ସାରଳା ସମ୍ମାନ,ଝିଲି ଦଳବେହେରା ପାଇବେ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର।
୨-ନୂଆ ମୋଟର ଯାନ ଆଇନ:ଫାସଟ୍ଯାଗ ନ ଥିଲେ ଟୋଲ ଟିକସ ଦ୍ଵିଗୁଣିତ।
୩-ଭାଙ୍ଗିଲା ସରକାରଙ୍କ ନିଦ, ଖୋଲିଲେ ସୁଲଭ ମୂଲ୍ୟ ଦୋକାନ, ୫୦ ରୁ ୭୭ ଟଙ୍କାରେ ମିଳୁଛି ପିଆଜ।
୪-୫୦ ଲକ୍ଷ ଟଙ୍କା ଦେବାକୁ ଠିକାଦାରଙ୍କୁ ଧମକ, ଗିରଫ ହେଲେ ପାଞ୍ଚ ନକଲି ମାଓବାଦୀ ।
୫-ପୁରୁଣା ପେନସନ ଓ ଗ୍ରେଡ଼-ପେ ପ୍ରସଙ୍ଗ:୩୦ରେ ବିଧାନସଭା ଘେରିବ ପ୍ରାଥମିକ ଶିକ୍ଷକ ସଂଘ।
୬-ମହାରାଷ୍ଟ୍ରରେ ‘ଅପରେସନ ଲୋଟସ’ , ସଂଖ୍ୟା ବଳ ଯୋଗାଡ଼ ଲାଗି ୪ ନେତାଙ୍କୁ ବଡ଼ ଦାୟିତ୍ଵ ଦେଲା ବିଜେପି।
୭-ଆମ ରାଜ୍ୟ ସାମଗ୍ରିକ ବେକାରୀରେ ତିନି ନମ୍ବର:ବେକାର ପୁରୁଷ– ୩୨ ପ୍ରତିଶତ,ବେକାର ମହିଳା–୩୯.୨ ପ୍ରତିଶତ,ସାମଗ୍ରିକ ବେକାର–୩୩.୮ ପ୍ରତିଶତ:NSO ସର୍ଭେ।
୮-ଉତ୍କଳ ବିଶ୍ଵବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି:ଡିସେମ୍ଵର ୮ରେ ବାଣୀବିହାର ଆସିବେ ରାଷ୍ଟ୍ରପତି।
୯-ଡିସେମ୍ବର ୧୩ରୁ ୧୭ଭିତରେ ମୋଦୀ ଓ ସିଞ୍ଜୋ ଆବେ ଏକାଠି ବୁଲିବେ କୋଣାର୍କ !- କୋଣାର୍କ ନିକଟରେ ହୋଇପାରେ ଭାରତ-ଜାପାନ ଶିଖର ଆଲୋଚନା।
୧୦-ବାରବାଟୀ ଦିନିକିଆ ପାଇଁ ଓ ଷ୍ଟାଡ଼ିୟମ ମରାମତି ଲାଗି ବିସିସିଆଇ ଦେଲା ୧୦ କୋଟି ଅନୁଦାନ।



