ଆଜିର ଖାସ୍ ଖବର

 ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୫୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୪୩୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୯୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୪୨୭୮ଜଣ ସୁସ୍ଥ ହୋଇଛନ୍ତି । 

ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ । ଏନେଇ ଆଇଏଲଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଚିହ୍ନଟ ଓମିକ୍ରନ୍ ଆକ୍ରାନ୍ତ ଜଣଙ୍କ ୟୁଏଇ ଫେରନ୍ତା । ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ ।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ହାତୀ ଅଭୟାରଣ୍ୟରେ ପ୍ରଥମ ଥର ପାଇଁ ଚାଲିଲା ଏସି ବସ୍‌ ସଫାରୀ । ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ବସ୍‌ ଯୋଗେ ଚନ୍ଦକା ଜଙ୍ଗଲ ମଝିରେ ଥିବା ଅମ୍ବିଲୋ, କୁମାର ଖୁଣ୍ଟି, ୱାଚ ଟାୱାର, ଡେରାସ ଡ୍ୟାମ ଆଦି ବିଭିନ୍ନ ପ୍ରାକୃତିକ ପରିବେଶ ବୁଲି ପାରିବେ । 

ବାବା ଆଖଣ୍ଡଳମଣି ମନ୍ଦିର ପରିସରରେ ଜାରି ହୋଇଛି ୧୪୪ ଧାରା । ନୂଆ ବର୍ଷ ଅବସରରେ ଲୋକମାନଙ୍କ ଭିଡ ହେବା ଆଶଙ୍କା କରି ଜିଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଜାରି କରାଯାଇଛି । ଏହା ସହିତ ଜିଲାର ଅନ୍ୟ ଶିବ ମନ୍ଦିରେ ମାନଙ୍କରେ ମଧ୍ୟ କଟକଣା ଲାଗୁ କରାଯାଇଛି। 

୨୦୨୨ ଜାନୁଆରୀ ପହିଲାରୁ ରୋଷେଇରେ ବ୍ୟବହୃତ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢିବାର ଆଶଙ୍କା ରହିଛି । ସୂଚନା ଥାଉକି, ପ୍ରତ୍ୟେକ ମାସର ପ୍ରଥମ ଦିନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୁଏ । ଏଭଳି ପରିସ୍ଥିତିରେ ଏହି ବୈଠକରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ଅଧିକ । ଏହାର କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ତୈଳ ଦର ସାମାନ୍ୟ ବୃଦ୍ଧି ପାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସୁରକ୍ଷାର ସାଧାରଣ ପରିବର୍ତ୍ତନ କରାଯାଇ ‘ମର୍ସିଡିଜ୍‌ ମେବାକ୍‌ କାର୍‌’ ସାମିଲ କରାଯାଇଛି। ବ୍ୟକ୍ତିଗତ ସୁରକ୍ଷା ନିୟମ ଅନୁଯାୟୀ, ସୁରକ୍ଷା ଯୋଗାଇ ‌ଦିଆଯାଉଥିବା ବ୍ୟକ୍ତିବିଶେଷଙ୍କ ଯାନବାହନ ୬ ବର୍ଷରେ ପରିବର୍ତ୍ତନ କରାଯିବା କଥା। କିନ୍ତୁ, ‘ବିଏମ୍‌ଡବ୍ଲୁ’ ନିର୍ମିତ କାର୍‌ଗୁଡ଼ିକୁ ପ୍ରଧାନମନ୍ତ୍ରୀ ୮ ବର୍ଷ ହେବ ବ୍ୟବହାର କରୁଛନ୍ତି। ଏହାଦ୍ବାରା ତାଙ୍କ ଜୀବନ ବିପନ୍ନ ହେବାର ସମ୍ଭାବନା ରହିଛି ବୋଲି ଅଡିଟ୍‌ ଅଭିଯୋଗ କରିବା ସହ ମନ୍ତବ୍ୟ ମଧ୍ୟ ଦେଲା।

 ଆଣ୍ଡାମାନ ଏବଂ ନିକୋବରରେ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ସକାଳ ପ୍ରାୟ ସାଢେ ୫.୩୦ରେ ଏହି କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା । ଏହି ଭୂକମ୍ପର କେନ୍ଦ୍ର ଦ୍ୱୀପର ଦକ୍ଷିଣ-ପୂର୍ବରେ ୧୬୫ କିଲୋମିଟର ଥିଲା ।

ଆଜି ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୮ କୋଟି ୩୧ ଲକ୍ଷ ୪୯ ହଜାର ୩୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ୫୪ ଲକ୍ଷ ୩୦ ହଜାର ୨୩୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏବେ ବିଶ୍ବରେ ୨୫ କୋଟି ୧୭ ଲକ୍ଷ ୫୩ ହଜାର ୭୧୧ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୨ କୋଟି ୫୯ଲକ୍ଷ ୬୫ ହଜାର ୩୭୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ କୁ ନେଇ ସାରା ବିଶ୍ୱରେ ଖେଳିଯାଇଛି ଆତଙ୍କ। ଦିନକୁ ଦିନ କରୋନା ସଂକ୍ରମଣ ସହ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହୁ ହୁ ବଢ଼ି ଚାଲିଛି। ଏହାକୁ ନେଇ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ’) ଦେଶବାସୀଙ୍କୁ ସତର୍କ କରାଇବା ସହ ଚେତାବନୀ ଦେଇଛି।ଭାରତରେ ଓମିକ୍ରନ୍‌ ମାମଲା ଏବେ ସୁଦ୍ଧା ୭୮୧ରେ ପହଞ୍ଚିଛି। ଏହାକୁ ନେଇ କୋଭିଡ-୧୯ ସପ୍ତାହିକ ଏପିଡେମୋଲୋଜିକଲ ଅପଡେଟ୍‌ରେ ହୁ’ କହିଛି, ‘ଅନେକ ଦେଶରେ ଖୁବ୍‌ ଦ୍ରୁତ ଗତିରେ ମହାମାରୀ ବ୍ୟାପିବା କାରଣ ହେଉଛି ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଏହା ସେହି ଦେଶଗୁଡିକୁ ମଧ୍ୟ ଅତିକ୍ରମ କରିଛି ଯେଉଁଠାରେ ପୂର୍ବରୁ ଡେଲଟା ଭାରିଏଣ୍ଟର ପ୍ରଭାବ ଅଧିକ ଥିଲା।’ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି କହିଛି, ନୂଆ ‘ଭାରିଏଣ୍ଟ ଅଫ୍ କନସର୍ଣ୍ଣ’ ଓମିକ୍ରନ୍‌ର ବିପଦ ବହୁତ ଅଧିକ।

ସୁଦାନର ପଶ୍ଚିମ କର୍ଦୋଫ୍ୟାନ୍ ପ୍ରଦେଶରେ ଏକ ସୁନାଖଣି ଭୁଶୁଡ଼ି ପଡ଼ିବାରୁ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ଏହି ଘଟଣା ଘଟିଥିବା ନେଇ ସୁଦାନ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ସଂଖ୍ୟା କେତେ, ସେ ନେଇ ସରକାରଙ୍କ ପକ୍ଷରୁ କିଛି କୁହାଯାଇନାହିଁ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲିରେ ଅସହାୟ ଙ୍କ ବନ୍ଧୁ "ସଂଗ୍ରାମ ସେନା"

Wed Dec 29 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ବନ୍ୟା,ବାତ୍ୟା ଓ ମହାମାରୀ କରୋନା ସମୟରେ ହେଉ କିମ୍ବା ଶୀତର ପ୍ରକୋପ ହେଉ ସବୁବେଳେ ସବୁସମୟରେ ଅସହାୟ ମାନଙ୍କ ନିକଟକୁ ଆଗେଇ ଆସେ ସଂଗ୍ରାମ ସେନା । ପ୍ରତିବର୍ଷ ଗରିବ ମେହନତି ମଣିଷ ପାଇଁ ସଂଗ୍ରାମ ସେନା ପକ୍ଷରୁ ଆରମ୍ଭ କରାଯାଇଥାଏ ଭିନ୍ନ ଭିନ୍ନ ପ୍ରୟାଷ, କେତବେଳେ ଭିନ୍ନକ୍ଷମ ମାନଙ୍କୁ ଭିନ୍ନକ୍ଷମ ଉପକରଣ ବଂଟନ କରିଥାଏ ତ କେତେବେଳେ ମାଗଣା ସ୍ୱାସ୍ଥ୍ୟ ସେବା ଏମିତି ଅନେକ କାର୍ଯ୍ୟ […]

You May Like

Pin It on Pinterest