ଚାନ୍ଦବାଲିରେ ଅସହାୟ ଙ୍କ ବନ୍ଧୁ “ସଂଗ୍ରାମ ସେନା”

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ବନ୍ୟା,ବାତ୍ୟା ଓ ମହାମାରୀ କରୋନା ସମୟରେ ହେଉ କିମ୍ବା ଶୀତର ପ୍ରକୋପ ହେଉ ସବୁବେଳେ ସବୁସମୟରେ ଅସହାୟ ମାନଙ୍କ ନିକଟକୁ ଆଗେଇ ଆସେ ସଂଗ୍ରାମ ସେନା ।

ପ୍ରତିବର୍ଷ ଗରିବ ମେହନତି ମଣିଷ ପାଇଁ ସଂଗ୍ରାମ ସେନା ପକ୍ଷରୁ ଆରମ୍ଭ କରାଯାଇଥାଏ ଭିନ୍ନ ଭିନ୍ନ ପ୍ରୟାଷ, କେତବେଳେ ଭିନ୍ନକ୍ଷମ ମାନଙ୍କୁ ଭିନ୍ନକ୍ଷମ ଉପକରଣ ବଂଟନ କରିଥାଏ ତ କେତେବେଳେ ମାଗଣା ସ୍ୱାସ୍ଥ୍ୟ ସେବା ଏମିତି ଅନେକ କାର୍ଯ୍ୟ କରି ଗରିବ ଅସହାୟଙ୍କୁ ବନ୍ଦୁ ପାଲଟିଥାଏ , ଏବର୍ଷ ପ୍ରଚଣ୍ଡ ଶିତରୁ ରକ୍ଷା ପାଇବା ପାଇଁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି କମଳ ଓ ମଶାରୀ ବଂଟନ ।

ପ୍ରଥମ ପର୍ଯ୍ୟାୟରେ ୫ ଶହ ଲୋକଙ୍କୁ କମ୍ବଳ ବଂଟନ ପାଇଁ ଲକ୍ଷ ରଖିଛି ସେନା , ଏଥିସହ ଆଜି ଗଜଗିରି ୱାର୍ଡ ଓ ସଂଖାରୀ ଗାଁ ରେ ପରେ ଚାନ୍ଦବାଲି (ଏନ ଏ ସି)ରେ ଅସହାୟ ଭାବେ ବୁଲୁଥିବା ଅସହାୟ , ବୃଦ୍ଧ, ବୃଦ୍ଧା ଓ ଭିକାରୀ ମାନଙ୍କୁ କମ୍ବଳ ବ୍ୟାଟିବା ସହିତ ଶୀତ ରାତିରେ ବାହାରେ ଶୋଇଥିବା ଅସହାୟ ମାନଙ୍କୁ କମ୍ବଳ ବଂଟନ କାର୍ଯ୍ୟକ୍ରମ ହାତକୁ ନେଇଛି ସଂଗ୍ରାମ ସେନା ।

ଏହି ମହତ କାର୍ଯ୍ୟକ୍ରମରେ ସଂଗ୍ରାମ ସେନାର ସଭାପତି ପ୍ରଫୁଲ୍ଲ କୁମାର ସାହୁ ,ସମ୍ପାଦକ ଭାରତ ଭୂଷଣ ରାଏଙ୍କ ସମେତ ଗୋପିରାମ ଅଗ୍ରୱାଲ, ଚମ୍ପକଲାଲ ମହାନ୍ତି, ରତିକାନ୍ତ ସାହୁ, ସୁକାନ୍ତ କୁମାର ନାୟକ, ବାବୁ ବିଶ୍ବାଳ, ଟୁ ମହାନ୍ତି ଓ ସଂଗ୍ରାମ ସେନାର ଅନ୍ୟ କର୍ମୀମାନେ ଯୋଗଦାନ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୨୦୨୨ରେ,ଶନିଦେବ ମକର ରାଶିରେ ରହିବେ, ମେଷ,ବୃଷ, ମିଥୁନ ଏବଂ କର୍କଟ ରାଶିର ଲୋକଙ୍କ ଉପରେ ଏହାର ପ୍ରଭାବ କ’ଣ ହେବ ଜାଣନ୍ତୁ...

Thu Dec 30 , 2021
ଡ଼.ନବକିଶୋର ମିଶ୍ର ୨୦୨୨ ମସିହାରେ, ଶନି ଦେବ ମକର ରାଶିରେ ଆତ୍ମନିର୍ଭରଶୀଳ ହୋଇ ପାଳକ ଜଗତ ଉପରେ ନିଜର ପ୍ରଭାବ ପ୍ରତିଷ୍ଠା ଜାରି ରଖିବେ | ଏହିପରି, ଶନି ଦେବ ବର୍ଷସାରା ତାଙ୍କ ଫଳରେ ସିଦ୍ଧତା ପ୍ରଦାନ କରିବେ | ଭାରତ ଉପରେ ପ୍ରଭାବ-ସ୍ୱାଧୀନ ଭାରତର ରାଶି ବୃଷ ରାଶିର ଅଟେ, ଏଭଳି ପରିସ୍ଥିତିରେ ଶନି ଦେବ ମକର ରାଶିରେ ଆତ୍ମନିର୍ଭରଶୀଳ ହୋଇ ଭାଗ୍ୟ ବୃଦ୍ଧିକାରୀ ଭାବରେ କାର୍ଯ୍ୟ କରିବେ […]

You May Like

Pin It on Pinterest