ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୫୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୪୬୦୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୬୫୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୪୪୪୩ଜଣ ସୁସ୍ଥ ହୋଇଛନ୍ତି । 

 ଆଉ କିଛି ଦିନ ମଧ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ ନିର୍ବାଚନ କମିଶନର ୱାର୍ଡ ମେମ୍ବର, ସରପଂଚ ଓ ସମିତିସଭ୍ୟଙ୍କ ପାଇଁ ଜାରି ହୋଇଛି ଚିହ୍ନ। ୱାର୍ଡ ମେମ୍ବରଙ୍କ ପାଇଁ ୧୫ଟି ଚିହ୍ନଟ ରହିଥିବା ବେଳେ ସରପଞ୍ଚ ପାଇଁ ୩୨ଟି ଚିହ୍ନ ରହିଛି । ସମିତି ସଭ୍ୟ ପାଇଁ ୧୯ଟି ଚିହ୍ନ ରହିଛି। ସେହିପରି ସ୍ୱାଧୀନ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୯ଟି ଚିହ୍ନ ରହିଛି। 

ଲଗାତର ବର୍ଷା ଓ କୁହୁଡି ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଆଜି (ଗୁରୁବାର) ଶିମିଳିପାଳ ବନ୍ଦ । ଶିମିଳିପାଳ ଅଭୟାରଣ୍ୟ ଭିତର ଦେଇ ଯାଇଥିବା ରାସ୍ତା ମାଟିର ହୋଇଥିବା ବେଳେ ଏବଂ ଅଙ୍କାବଙ୍କା ଓ ତୀକ୍ଷ୍ଣ । ତେଣୁ ବର୍ଷା ଓ କୁହୁଡି ସମୟରେ ପର୍ଯ୍ୟଟକଙ୍କ ଗାଡି ଅଟକି ରହିଯିବାର ସମ୍ଭାବନା ଥାଏ । ଏହାକୁ ନଜରରେ ରଖି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକ ପ୍ରବେଶକୁ ବନ୍ଦ କରାଯାଇଛି ।

ଆଜିଠୁ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ବର୍ଷା ସହ ମଧ୍ୟ କୁଆ ପଥର ମାଡ଼ ଆଶଙ୍କା ରହିଛି । ବିଶେଷ କରି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଜିଲ୍ଲାରେ ବର୍ଷା ହୋଇପାରେ । ଏହାସହ ଅପରାହ୍ନରେ ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପିଲାମାନଙ୍କୁ କୋଭାକସିନ୍ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି,୧୫ ରୁ ୧୮ ବର୍ଷର ୨୩ ଲକ୍ଷ ୬୫ ହଜାର ପିଲା ଟିକା ନେବେ। କେନ୍ଦ୍ର ସରକାର ଏହି ହିତାଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି। ୩ ତାରିଖରୁ ଟିକାକରଣ ହେବ। ଏଥିପାଇଁ ଜାନୁଆରି ୧ ତାରିଖରୁ ପଞ୍ଜିକରଣ ଆରମ୍ଭ ହେବ। ପିଲାମାନେ କୋଭକ୍ସିନ ଟିକା ନେବେ। ରାଜ୍ୟରେ ପ୍ରାୟ ୧୪ ଲକ୍ଷ ଡୋଜ ଉପଲବ୍ଧ ଅଛି।

ଆଜି ଠାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବନ୍ଦ ରହିବ । ପର୍ଯ୍ୟଟକମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନେଇଛନ୍ତି କର୍ତ୍ତୃପକ୍ଷ । ଫଳରେ ଆସନ୍ତା ୩ ତାରିଖ ରେ ପର୍ଯ୍ୟଟକ ମାନଙ୍କୁ ପୁଣି ପ୍ରବେଶ ପାଇଁ ଅନୁମତି ମିଳିବ । 

ଆଜି (ଗୁରୁବାର) ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୩,୧୫୪ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୬୮ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୮,୨୨,୦୪୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୨୬୮ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୦,୮୬୦ରେ ପହଞ୍ଚିଛି।

ମୁମ୍ବାଇରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ୍‌ ଆଜିଠାରୁ ସହରରେ ୧୪୪ ଧାରା ଲାଗୁ କରିଛି । ଏହି କଟକଣା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ମୁମ୍ବାଇରେ ଲାଗୁ ହୋଇଥିବା କଟକଣା ଯୋଗୁ, ନୂଆ ବର୍ଷ ସେଲିବ୍ରେସନ, ପାର୍ଟିକୁ ବାରଣ କରାଯାଇଛି। ଯେକୌଣସି ବନ୍ଦ କିମ୍ବା ଖୋଲା ଜାଗାରେ ଅଧିକ ଲୋକ ଏକତ୍ରିତ ହୋଇ ପାର୍ଟି କରିବାକୁ କଡ଼ାକଡ଼ି ଭାବେ ମନା କରାଯାଇଛି। ଏପରିକି ମୁମ୍ବାଇର ସମସ୍ତ ରେଷ୍ଟୁରାଣ୍ଟ, ହୋଟେଲ, ବାର୍‌, ପବ୍‌, ରିସୋର୍ଟ ଓ କ୍ଲବକୁ ବନ୍ଦ ଘୋଷଣା କରାଯାଇଛି। ମୁମ୍ବାଇ ପୁଲିସ୍‌ କମିଶନର ଅଧୀନରେ ଆସୁଥିବା ଅଞ୍ଚଳରେ ଆଜି ରାତି ୧୨ଟାରୁ ଏହି କଟକଣା ଲାଗୁ କରାଯିବ।   ଏହି କଟକଣା ୭ ଜାନୁୟାରୀ ରତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । 

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଲେ ୬ ଆତଙ୍କବାଦୀ । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଓ କୁଲଗାମ ଜିଲ୍ଲାରେ ପୃଥକ୍ ପୃଥକ୍ ଭାବେ ହୋଇଥିବା ଏନ୍‌କାଉଣ୍ଟରରେ ୬ ଆତଙ୍କବାଦୀ ଆଖି ବୁଜିଛନ୍ତି । ମୃତକ ସମସ୍ତେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକ ଜଳେଶ୍ଵର ପୁର ପଞ୍ଚାୟତରେ ବିବାଦୀୟ ଗ୍ରାମ୍ୟ ରାସ୍ତା ର ଆପୋଷ ସମାଧାନ ର ବାଟ ଫିଟିଲା...

Thu Dec 30 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକରେ ଚର୍ଚ୍ଚାରେ ଥିବା ଜଳଶ୍ୱରପୁର ପଂଚାୟତର ଜବର ଦଖଲ ଉଭେଦ ଘଟଣା ଏବେ ସମାଧାନର ବାଟ ଫିଟିଛି । ଜଳେଶ୍ୱରପୁରରେ ବିବାଦ ଘେରରେ ଥିବା ପ୍ଲଟ- ୫୯୫ ଖାତା ୩୪୦ରେ ୧ଏକର ୨୫ ସ୍ଥାନରେ ଗାଁ ରାସ୍ତା ସଂପ୍ରସାରଣ ପାଇଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆଜି ଜବର ଦଖଲ ଉଛେଦ ପାଇଁ ଉଭୟ ପକ୍ଷରୁ ସମ୍ମତି କ୍ରମେ ମାପ ପକ୍ରିୟା ଶେଷ ହେବ ପରେ ୧ ମାସ […]

You May Like

Pin It on Pinterest