
ବାସ୍ତବବ୍ୟୁରୋ(କୋରାପୁଟ): ୧।୧- କୋରାପୁଟ ଜିଲ୍ଲାର ଦଶମନ୍ତପୁର ଓ ଲକ୍ଷ୍ମୀପୁର ଅଞ୍ଚଳର ୧୫୦ରୁ ଉର୍ଦ୍ଧ୍ଵ କଂଗ୍ରେସ ଓ ବିଜେପି କର୍ମୀମାନେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଂଚାୟତର କଂଗ୍ରେସ ଓ ବିଜେପି କର୍ମୀମାନେ କୋରାପୁଟ ବିଜୁ ପାଠାଗାରରେ ଆୟୋଜିତ ମିଶ୍ରଣ ପର୍ବରେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, କୋରାପୁଟ ବିଧାୟକ ରଘୁରାମ ପଡାଲ, ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି, ଜିଲ୍ଲା ପରିଷଦ ସଭ୍ୟା ପାର୍ବତୀ ମସ୍ତି କୋରାପୁଟ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଲତା ରାୟ, ପୂର୍ବତନ ବିଧାୟକ କୈଳାସ କୁଲେସିକା ପ୍ରମୁଖଙ୍କ ଉପସ୍ତିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବାବେଳେ,ଜିଲ୍ଲା ବିଜେଡି ଉପସଭାପତି ନାରାୟଣ ବିଷୋୟୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ବିରୋଧୀ ଦଳରେ ରହି ବିକାଶମୂଳକ କାର୍ଯ୍ୟ କରିବା ସମ୍ଭବପର ହୋଇପାରୁ ନ ଥିବାରୁ ଏହି କର୍ମୀମାନେ,ବିଜୁ ଜନତାଦଳ ରେ ଯୋଗ ଦେଇଛନ୍ତି ବୋଲି ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି କହିଛନ୍ତି । ଆସନ୍ତା ଦିନରେ ନାରାୟଣପାଟଣା ଓ ବନ୍ଧୁଗାଁରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେବା ସହ ଆଗାମୀ ପଂଚାୟତ ନିର୍ବାଚନରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ୭ ଗୋଟି ଜିଲ୍ଲା ପରିଷଦ ଜୋନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ ହେବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।