ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ…

ବାସ୍ତବବ୍ୟୁରୋ(ଭୁବନେଶ୍ୱର) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ଗତକାଲି ରିପୋର୍ଟରେ ମଧ୍ୟ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଥିଲା। ପ୍ରାୟ ଦୁଇ ମାସ ପରେ ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ୪ ଶହରୁ ଅଧିକ ରହିଛି।

୪୨୪ କରୋନା ପଜିଟିଭ୍‌ଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୭ ଜଣ ଅଛନ୍ତି। ସେହିପରି ୨୪୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାକି ୧୭୮ଟି ଲୋକାଲ୍ କେସ୍।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯, ବରଗଡ଼ରୁ ୫, ଭଦ୍ରକରୁ ଜଣେ, ବଲାଙ୍ଗିରରୁ ୬, କଟକରୁ ୬୬, ଦେବଗଡ଼ରୁ ୪, ଢେଙ୍କାନାଳରୁ ୬, ଗଞ୍ଜାମରୁ ୩, ଜଗତସିଂହପୁରରୁ ୮, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୧୪, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ଜଣେ, କୋରାପୁଟରୁ ୩, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୫, ପୁରୀରୁ ୧୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨୨, ସୋନପୁରରୁ ୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ରୁ ୩୧ ଜଣ ଚିହ୍ନଟ ହୋଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଘରୋଇ କଳିରୁ ସ୍ୱାମୀ ସାଜିଲା ସଇତାନ ସ୍ତ୍ରୀର ତଣ୍ଟିଚିପି ମାରିଦେଲା....

Mon Jan 3 , 2022
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି): ୦୩\୦୧\୨୨ ଭଦ୍ରକ ଜିଲା ପିରାହାଟ ଥାନା ଅଧିନସ୍ଥ ସ୍ୟମସୁନ୍ଦରପୁର ପଂଚାୟତ ତଳଦୁମୁକା ଗାଁର ମହାକୁଡ ସାହିର କହ୍ନେଇ ବେହେରା ଗତକାଲି ରାତିରେ କୌଣସି କାରଣରୁ ଉକ୍ତତ ହୋଇ ତାଙ୍କ ସ୍ତ୍ରୀ ରାଧାରାଣୀ ବେହେରା ଓ ୮ବର୍ଷର ପୁଅକୁ ତଣ୍ଟିଚିପି ମାରୁଥିବା ବେଳେ ଚିତ୍କାର ଶୁଣି କହ୍ନେଇର ମା ଓ ପଡିଶା ଲୋକଙ୍କୁ ଡାକ ପକାଈଥିଲା । ପଡୋଶୀ ଲୋକ ଆସିଲା ବେଳକୁ ସଇତାନ ସ୍ବାମୀ ସ୍ତ୍ରୀକୁ ମାରିଦେଇଥିଲା। […]

You May Like

Pin It on Pinterest