
ଭଦ୍ରକ(ବବିତା ସାମଲ):୩/୦୧- ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସରପଞ୍ଚ ବସିଛନ୍ତି ଅନଶନରେ । ଏହି ଅନଶନରେ ଭଦ୍ରକ ଜିଲ୍ଲା ଦୋଳସାହି ଓ କେଦାରପୁର ପଞ୍ଚାୟତବାସୀ ସମୂହ ଭାଗନେଇଛନ୍ତି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ରାଢ଼ଙ୍ଗ, ଗାଜିପୁର ଓ ସେରପୁର ଗ୍ରାମଦେଇ ଗୋରମାଟି ପର୍ଯ୍ୟନ୍ତ ଯାଇଥିବା PMGSY ରାସ୍ତା ଯାହାର ପେକେଜ ନମ୍ବର ଓଆର 04-306/Bର ରସ୍ତା କାମ ପାଇଁ ଅର୍ଡର ହୋଇଥିଲା ।ହେଲେ କାର୍ଯ୍ୟର କଚ୍ଛପ ଗତି ଯୋଗୁ କାର୍ଯ୍ୟ ଶେଷଧି ପାରୁନି ଏହି ରାସ୍ତା କାମ ତ୍ୱରାନ୍ୱିତ ପାଇଁ ଆଜିର ଏ ଅଭିନବ ଅନଶନ ।
ତିନି ବର୍ଷ ପୂର୍ବେ ଏହି ରାସ୍ତା କାମଟି ଆରମ୍ଭ ହୋଇ, ଏ ଯାଏଁ ଶେଷ ହୋଇପାରିଲା ନାହିଁ । ରାସ୍ତା କାର୍ଯ୍ୟପାଇଁ ଭଦ୍ରକ ଆରଡି ବିଭାଗ ପକ୍ଷରୁ ସମ୍ପୃକ୍ତ ତହସିଲକୁ ବାରମ୍ବାର ଚିଠି କରାଯାଇଥିଲେ ମଧ୍ୟ ଜବରଦଖଲକାରୀଙ୍କୁ ଉଚ୍ଛେଦ କରି ଆରଡି ବିଭାଗକୁ ଜମି ହସ୍ତାନ୍ତର କରାଯାଉ ନାହିଁ ।
କିଛି ମୁଷ୍ଟିମେୟ ଲୋକ କୋର୍ଟ କଚେରୀ ପାଠ ପଢାଇ ପଞ୍ଚାୟତବାସୀଙ୍କୁ ହଇରାଣ ହରକତ କରୁଛନ୍ତି ଓ ବାରମ୍ବାର ତହସିଲଦାର ଏବଂ ଜିଲ୍ଲା କାର୍ଯ୍ୟାଳୟରେ ଜଣାଇବା ସତ୍ତ୍ୱେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ବୋଲି କହିଛନ୍ତି ସରପଞ୍ଚ ଓ ଗ୍ରାମବାସୀ ।
ତେଣୁ ଅନଶନର ପନ୍ଥା ଆପଣେଇଛୁ ବୋଲି କହିଛନ୍ତି ସରପଞ୍ଚ । ଯେ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଛନ୍ତି ସେତେ ଦିନଯାଏ ଧାରଣା ଚାଲୁରହିବ ବୋଲି ଅନଶନକାରୀମାନେ କହିଛନ୍ତି ।