
ବାସ୍ତବବ୍ୟୁରୋ:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ଖେଳାଯାଉଛି | ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମ ଇନିଂସରେ ୨୦୨ ରନ୍ ସଂଗ୍ରହ କରିଥିଲା। ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ଆରମ୍ଭ ହେବା ପରେ ଆୟୋଜକମାନେ ଏଡେନ ମାର୍କ୍ରାମ ରେ ପ୍ରଥମ ୱିକେଟ୍ ହରାଇଛନ୍ତି।
କ୍ୟାପଟେନ ଡିନ ଏଲଗାର ଏବଂ କିଗାନ ପିଟରସେନ କ୍ରିଜରେ ଉପସ୍ଥିତ ଅଛନ୍ତି | ଏହାପୂର୍ବରୁ ଭାରତ ପାଇଁ ଅଧିନାୟକ କେ.ଏଲ୍ ରାହୁଲ ୫୦,ରବିଚନ୍ଦ୍ରନ ଅଶ୍ୱିନ ୪୬,ମାୟାନକ ଅଗ୍ରୱାଲ ୨୬ ଏବଂ ହନୁମା ବିହାରୀ ୨୦ସ୍କୋର କରିଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ମାର୍କୋ ଜାନସନ୍ ଚାରିଟି, ଡୁଏନ୍ ଅଲିଭିଆର୍ ୩ ଏବଂ କାଗିସୋ ରାବାଡା ୩ ୱିକେଟ୍ ନେଇଥିଲେ।