ବାସ୍ତବ ବ୍ୟୁରୋ (ଭୁବନେଶ୍ୱର): ପୁଣି କୋହଳ ହେଲା ଟ୍ରାଫିକ ନିୟମ । ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ପାଇଁ ଟ୍ରାଫିକ ନିୟମ ଆଉ ତିନିମାସ ପାଇଁ କୋହଳ କରାଯାଇଛି । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି । ଆରଟିଓ ଅଫିସରେ ପ୍ରବଳ ଭିଡ଼ ଲାଗି ରହୁଥିବା ବେଳେ ଜନସାଧାରଣଙ୍କୁ ଠିକ୍ ଭାବେ ସେବା ମିଳିପାରୁ ନାହିଁ । ତେବେ ଆଉ ତିନି ମାସ କେବଳ କାଗଜପତ୍ର ପାଇଁ କୋହଳ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ । ମଦ ପିଇ ଗାଡ଼ିଚଳାଉଥିବା, ସିଟବେଲ୍ଟ ଲଗାଇ ନ ଥିବା ଏବଂ ହେଲମେଟ୍ ପିନ୍ଧି ନଥିବା ଗାଡ଼ି ଚାଳକ। ଏଥିସହ ଅଧିକ ବେଗରେ ଗାଡ଼ି ଚଳାଇ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଚାଳକ ଯାଞ୍ଚ ଓ ମୋଟା ଅଙ୍କର ଜରିମାନା ଦେବାରୁ ବର୍ତ୍ତି ପାରିବେ ନାହିଁ। ଏହି ଶ୍ରେଣୀୟ ଚାଳକଙ୍କୁ ଆଇନ ନୂଆ ମୋଟର ଯାନ ଆଇନ ଅନୁସାରେ ତଣ୍ଡ ଗଣିବାକୁ ହେବ।
Next Post
ଆଜିର ଖାସ୍ ଖବର
Fri Nov 29 , 2019
୧-2021ରୁ ଓଡ଼ିଆ ଭାଷାରେ ହେବ ଜେଇଇ ମେନ ପରୀକ୍ଷା।୯ଟି ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର କରିବାକୁ NTAକୁ ନିଦ୍ଦେର୍ଶ। ୨-ମୁଖା ଖୋଲିଲା ସିଏଜି, ରାଜ୍ୟରେ ଫେଲ ମାରିଲା ଆଳୁ ମିଶନ, ୧୩୦ କୋଟିରୁ ଖର୍ଚ୍ଚ ହୋଇଛି ମାତ୍ର ୨୬ କୋଟି। ୩-ଆଗୁଆ ସରିଲା ବିଧାନସଭା ଶୀତ ଅଧିବେଶନ- ୧୭ ଦିନ ପୂର୍ବରୁ ମୁଲତବୀ ଘୋଷଣା କଲେ ବାଚସ୍ପତି। ୪-ଆଉ ୩ ମାସ କୋହଳ ହେଲା ଟ୍ରାଫିକ ନିୟମ, ଗାଡ଼ି ଚାଳକଙ୍କୁ ବଡ଼ […]

You May Like
-
3 years ago
ଓଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ…
-
4 years ago
ଆଜିର ଖାସ୍ ଖବର
-
2 years ago
ଦିନ ସାଢେ ୨ଟାସୁଦ୍ଧା ଝାରସୁଗୁଡା ୪୩.୬ ଡିଗ୍ରୀ ରେକର୍ଡ…


