ଆଜିର ଖାସ୍ ଖବର…

ବାସ୍ତବ ବ୍ୟୁରୋ:ଗତ ୨୪ ଘଣ୍ଟାରେ ୬୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣଙ୍କ ଜୀବନ ନେଲା କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୬୬୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୮୮୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୫୨୫୫ଜଣ ସୁସ୍ଥ ହୋଇଛନ୍ତି ।

ଅପରାହ୍ନ ୫ଟାରେ ଓମିକ୍ରନ୍ ସ୍ଥିତି ନେଇ ସମୀକ୍ଷା କରିବେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଭିଡିଓ କନଫରେନ୍ସିଂ ଜରିଆରେ ମୁଖମନ୍ତ୍ରୀ ସମୀକ୍ଷା କରିବେ ।

ଆଜିଠାରୁ ନନ୍ଦନକାନନର ଉଭୟ ଉଦ୍ୟାନକୁ ଖୋଲାଯିବ ।  ପର୍ଯ୍ୟଟକମାନେ କରୋନା ଗାଇଡ୍‌ଲାଇନ୍‌ ମାନି ଉଭୟ ଉଦ୍ୟାନ ବୁଲିପାରିବେ । କିନ୍ତୁ ବଣଭୋଜି କରିବାକୁ ବାରଣ କରାଯାଇଛି । ବଣଭୋଜିକୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

ରାଜ୍ୟରେ ଆସନ୍ତା ୩ ଦିନ ଯାଏ କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ତଳକୁ ଖସିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିଭଳି ଆସନ୍ତା ୧୦ ଓ ୧୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହେବ ବୋଲି ମଧ୍ୟ ସେ ଆକଳନ କରିଛନ୍ତି ।  

 ଚିଲିକାରେ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମଗ୍ର ଚିଲିକାରେ ଦେଶୀ-ବିଦେଶୀ ପକ୍ଷୀଙ୍କ କାଉଣ୍ଟିଂ ଆରମ୍ଭ ହୋଇଛି। ଏହି ଗଣନା କାର୍ଯ୍ୟରେ ୧୯ ଟି ଡଙ୍ଗା ସହ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ଓ କର୍ମଚାରୀ, ପକ୍ଷୀ ବିଷାରଦ , ପକ୍ଷୀ ସୁରକ୍ଷା ବାହିନୀ , ଏବଂ ପକ୍ଷୀ ସୁରକ୍ଷା ସଂଗଠନର କର୍ମକର୍ତ୍ତା ସାମିଲ ହୋଇଛନ୍ତି ।

ଭୁବନେଶ୍ବର ବାଣୀବିହାର ସ୍ଥିତ ଡିସିପି ଅଫିସ୍ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ବର ମହାନଗର ନିଗମ । ଡିସିପି ଅଫିସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ନେଇଛି ବିଏମସି । 

 ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭୩୭୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୩୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୭୧୮୩୦ ସକ୍ରିୟ ମାମଲା ରହିଛି ଏବଂ ୩୪୩୦୬୪୧୪ ଜଣ ସୁସ୍ଥ ହୋଇ ଫେରିଛନ୍ତି ।  ଏହା ବ୍ୟତୀତ ୪୮୨୦୧୭ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ୍ ହୋଇଛନ୍ତି । ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ମୁଁ କରୋନା ପଜିଟିଭ ହୋଇଛି । ମୋଠାରେ ସାମାନ୍ୟ ଲକ୍ଷଣ ରହିଛି । ଘରେ ନିଜକୁ ଅଲଗା ହୋଇ ରହିଛି । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଥିଲେ, ଦୟାକରି ନିଜେ ଅଲଗା ରୁହନ୍ତି ଏବଂ ପରୀକ୍ଷା କରନ୍ତୁ ।

ତ ୨୪ ଘଣ୍ଟା ମଧ୍ୟରେ ପଞ୍ଜାବର ପଟିଆଲାରେ କରୋନାର ବିସ୍ଫୋଟକ ରୂପ ଦେଖିବାକୁ ମିଳିଛି । ସହରରେ ଥିବା ରାଜେନ୍ଦ୍ର ମେଡିକାଲ କଲେଜରେ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । କରୋନା ବିସ୍ଫୋରଣ ହେବା ପରେ ମେଡିକାଲ କଲେଜର ହଷ୍ଟେଲକୁ ଖାଲି କରିଦିଆଯାଇଛି । ଅନ୍ୟପଟେ କୋଭିଡ ସ୍ଥିତି ସମୀକ୍ଷା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଜରୁରୀକାଳୀନ ବୈଠକ ଡାକିଛନ୍ତି । ଏହି ବୈଠକରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯିବା ଉପରେ ନିଷ୍ପତ୍ତି ହୋଇପାରେ ବୋଲି ଆକଳନ କରାଯାଉଛି ।

ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଇଣ୍ଡିଆନ କାଉନ୍‌ସିଲ ଅଫ ମେଡିକାଲ ରିସର୍ଚ (ଆଇସିଏମଆର) ଓମିକ୍ରନ ଭୂତାଣୁ ଚିହ୍ନଟ କରିବା ନିମନ୍ତେ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଛି ଆଇସିଏମଆର ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜାନୁଆରୀ ୧୬ରେ ମଙ୍ଗଳ କରିବେ ରାଶି ପରିବର୍ତ୍ତନ ,କେଉଁ ରାଶିର ବ୍ୟକ୍ତିଙ୍କ ଖୋଲିବ ଭାଗ୍ୟ...

Tue Jan 4 , 2022
ଡ଼.ନବକିଶୋର ମିଶ୍ର ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ରାଶିର ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ | ମଙ୍ଗଳ ହେଉଛନ୍ତି ଗ୍ରହ ମାନଙ୍କ ସେନାପତି,ତଥା ଭୂମୀ ପୁତ୍ର ଭାବରେ ମଧ୍ୟ ବିବେଚନା କରାଯାଏ | ଜାନୁଆରୀ ୨୦୨୨ ରେ ମଙ୍ଗଳ ଗୋଟିଏ ରାଶିରୁ ଅନ୍ୟ ରାଶି ପର୍ଯ୍ୟନ୍ତ ଗମନାଗମନ କରିବ | ମଙ୍ଗଳବାର ୧୬,୨୦୨୨ ରେ ମଙ୍ଗଳ ଗ୍ରହର ଚଳନ ହେବ | ମଙ୍ଗଳ ଏହି ସମୟରେ ଧନୁ ରାଶିରେ […]

You May Like

Pin It on Pinterest