ଦିନ ୧୦ରୁ ରାତି ୧୦

 ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର କଟକଣାକୁ ବଢ଼ାଇ ଦେଇଛନ୍ତି। ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ରାତି ୯ଟାରୁ ନାଇଟ୍‌କର୍ଫ୍ୟୁ ଲାଗୁ କରାଯାଇଛି । ଆଜି(ବୁଧବାର) ସ୍ୱତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି) ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ଚଳିତ ମାସ ୭ ତାରିଖ ସକାଳ ୫ଟାରୁ ଆସନ୍ତା ଫେବ୍ରୁଆରି ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ଆସନ୍ତା ୮ ତାରିଖ ପରେ ରାଜ୍ୟରେ ୬ଷ୍ଠରୁ ଦ୍ବାଦଶ ‌ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ। ତେବେ ସ୍କୁଲ ବନ୍ଦ ସମୟରେ ଅନ୍‌ଲାଇନ୍‌ କ୍ଲାସ ଜାରି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ନୂଆ ଢାଞ୍ଚାରେ ଆରମ୍ଭ ହେଲା ଦଶମ ଶ୍ରେଣୀର ପ୍ରଥମ ସମେଟିଭ୍ ପରୀକ୍ଷା । ମୋଟ ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ୩ ହଜାର ୩୩୯ ଟି ସେଣ୍ଟରରେ ପରୀକ୍ଷା ଦେଇଛନ୍ତି । ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ୮ତାରିଖ ଦିନ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ ।

ରାଜ୍ୟରେ ଆଉ ୨୪ କୋଭିଡ୍ ଆକ୍ରାନ୍ତଙ୍କଠାରେ ଚିହ୍ନଟ ହେଲା ଓମିକ୍ରନ୍ ଭାରିଆଣ୍ଟ । ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ ବିଦେଶ ଫେରନ୍ତା ହୋଇଥିବା ବେଳେ ୧୯ଜଣ ସ୍ଥାନୀୟ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୧ରେ ପହଞ୍ଚିଲା । 

ଭୁବନେଶ୍ବରର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି । ଏହି ସ୍ଥାନରୁ ଏକାଧିକ ପଜିଟିଭ୍ କେସ୍ ବାହରି ଥିବାରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଆଚାର୍ଯ୍ୟ ବିହାର ସାଇ ମନ୍ଦିର ନିକଟ ପ୍ଲଟ୍ ନଂ ୧୪୯୯, ସତ୍ୟ ନଗରର ୧୨୦ବି ପ୍ଲଟ୍ ନଂ, ବାପୁଜୀ ନଗରର ପ୍ଲଟ୍ ନଂ ୬୦,   ଟଙ୍କପାଣି ସାଇ ମନ୍ଦିର ରୋଡ୍ ବିଷ୍ଣୁ ନଗରର ପ୍ଲଟ୍ ନଂ ୧୧୪୭ ଓ ଆଚାର୍ଯ୍ୟ ବିହାର ପାଣିଟାଙ୍କି ନିକଟ ପ୍ଲଟ୍ ନମ୍ବର ୧୩/୬୫କୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ  ଜୋନ୍ ଘୋଷଣା କରାଯାଇଛି । 

ଦେଶରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ପାଇଁ ବିକଶିତ ହୋଇଛି ଟେଷ୍ଟ କିଟ୍। ସ୍ଵଦେଶୀ ଓମିକ୍ରନ ଟେଷ୍ଟ କିଟ୍‌କୁ ଡିସିଜିଆଇ ମଞ୍ଜୁରୀ ଦେଇଛି।ଓମିକ୍ରନ ଭାରିଆଣ୍ଟର ଚିହ୍ନଟ ପାଇଁ ଆସି ଯାଇଛି ଆରଟି-ପିସିଆର କିଟ୍। ଟାଟା ଏମଡି ଏବଂ ଆଇସିଏମଆର ମିଳିତ ପ୍ରଚେଷ୍ଟାରେ ଟେଷ୍ଟ କିଟ୍ ବିକଶିତ କରାଯାଇଛି। ଫଳରେ ବର୍ତ୍ତମାନ ୪ ଘଣ୍ଟା ଭିତରେ ଟେଷ୍ଟ ରିପୋର୍ଟ ମିଳିବ।

କରୋନାର ନୂଆ ଭାରିଆଣ୍ଟ ସହ ଲଢ଼ିବା ଦିଗରେ ୧୫-୧୮ ବର୍ଷ ବୟସ୍କଙ୍କୁ ପ୍ରସ୍ତୁତ କରିବାକୁ ଜାନୁଆରି ୩ରୁ ଟିକା ଦେବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସରକାର। ତେବେ ଟିକା ନେବା ପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଉଥିବାରୁ ପାରାସିଟାମଲ ନେବା ଦରକାର କି ନାହିଁ ସେ ଦ୍ବନ୍ଦ୍ବରେ ଲୋକେ ଥିବା ବେଳେ ଟୁଇଟ ଯୋଗେ ଭାରତ ବାୟୋଟେକ କହିଛି ଯେ, ୩୦,୦୦୦ ପିଲାଙ୍କୁ ନେଇ କରାଯାଇଥିବା କ୍ଲିନିକାଲ୍ ଟ୍ରାଏଲ୍ ସମୟରେ ପ୍ରାୟ ୧୦-୨୦% ପିଲାଙ୍କ ପାଖରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ୧୦-୨୦% ପିଲାଙ୍କ ପାଖରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ବେଳେ ୧-୨ଦିନ ମଧ୍ୟରେ ସେମାନେ ଠିକ ହୋଇଯାଇଥିଲେ। ‌ଏଥିପାଇଁ କେହି ଔଷଧ ନେଇନଥିଲେ। ସେଥିପାଇଁ କୋଭାକ୍ସିନ ନେବା ପରେ ଯଦି କେଉଁ ପିଲାଙ୍କ ପାଖରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉଛି, ତେବେ ସେମାନଙ୍କୁ ପାରାସିଟାମଲ ନେବାର କୌଣସି ଆବଶ୍ୟକତା ନାହିଁ।

କରୋନା ମାମଲା ବୃଦ୍ଧି ପାଉଥିବାରୁ ତାମିଲନାଡ଼ୁରେ ଆସନ୍ତା ରବିବାର ଲକଡାଉନ୍ ଘୋଷଣା କରାଯାଇଛି। ତାମିଲନାଡ଼ୁ ସ୍ୱାସ୍ଥ୍ୟମନ୍ତ୍ରୀ  ମା ସୁଭ୍ରମନ୍ୟମ ଏସମ୍ପର୍କରେ ସ୍ପଷ୍ଟ କରିଛନ୍ତି।  ଆସନ୍ତା ଜାନୁଆରୀ ୯ ତାରିଖରେ ରାଜ୍ୟବ୍ୟାପି ଲକଡାଉନ୍ ଲାଗୁ ହେବ ବୋଲି ସେ କହିଛନ୍ତି । ଏହି ଦିନ ରାଜ୍ୟରେ ମେଗା ଭ୍ୟାକ୍ସିନ୍‌ କ୍ୟାମ୍ପ ଆୟୋଜନ ଳକ୍ଷ୍ୟ ରଖରଯାଇଛି। ତେଣୁ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ପୁରୀ ଜିଲ୍ଲାରେ...

Thu Jan 6 , 2022
ବାସ୍ତବବ୍ୟୁରୋ(ପୁରୀ): ୦୬/୦୧- ସାରା ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କ୍ଷିପ୍ର ଗତିରେ ବଢିଚାଲିଥିବାବେଳେ,ଜଗନ୍ନାଥ ଧାମ ପୁରୀ ଏଥିରୁ ବାଦ ଯିବ କିପରି l ପୁରୀ ଜିଲ୍ଲାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି l ଆଜି ମଧ୍ୟ ପୁରୀ ଜିଲ୍ଲାରୁ ୩୦ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ରାଜ୍ୟସରକାରଙ୍କ ନୂଆ SOP ଅନୁଯାୟୀ ନୂଆ କଟକଣା ଜାରି କରାଯାଇଛି l ଶ୍ରୀ ମନ୍ଦିରରେ ପ୍ରତିଦିନ ଭକ୍ତ ଏବଂ ଶ୍ରାଦ୍ଧଳୁଙ୍କ […]

You May Like

Pin It on Pinterest