ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ପୁରୀ ଜିଲ୍ଲାରେ…

ବାସ୍ତବବ୍ୟୁରୋ(ପୁରୀ): ୦୬/୦୧- ସାରା ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କ୍ଷିପ୍ର ଗତିରେ ବଢିଚାଲିଥିବାବେଳେ,ଜଗନ୍ନାଥ ଧାମ ପୁରୀ ଏଥିରୁ ବାଦ ଯିବ କିପରି l ପୁରୀ ଜିଲ୍ଲାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି l ଆଜି ମଧ୍ୟ ପୁରୀ ଜିଲ୍ଲାରୁ ୩୦ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ରାଜ୍ୟସରକାରଙ୍କ ନୂଆ SOP ଅନୁଯାୟୀ ନୂଆ କଟକଣା ଜାରି କରାଯାଇଛି l ଶ୍ରୀ ମନ୍ଦିରରେ ପ୍ରତିଦିନ ଭକ୍ତ ଏବଂ ଶ୍ରାଦ୍ଧଳୁଙ୍କ ଅସମ୍ଭାଳ ଭିଡ଼ ହେଉଛି ।ଜିଲ୍ଲାପାଳଙ୍କ ସୂଚନାନୁସାରେ ଶ୍ରୀମନ୍ଦିରକୁ ନେଇ ଖୁବଶୀଘ୍ର ବୈଠକ କରାଯିବ l

ଏପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ଦୁଇ ଦୁଇ ଥର ଓମିକ୍ରନ ସ୍ଥିତି ନେଇ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି l ଏହାପରେ ପ୍ରଶାସନ ଅଧିକ ତତ୍ପର ହୋଇଛି l ଆସନ୍ତା କାଲି ରାତି ୯ଟାରୁ ନାଇଟ୍‌ କର୍ଫ୍ୟୁ ଲାଗୁହେବ । ପୁରୀ ସହରବାସୀଙ୍କ ସହ ଆସୁଥିବା ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକମାନେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି l ମାସ୍କ ଏବଂ ସାନିଟାଇଜର ବ୍ୟବହାରକୁ ବାଧ୍ୟତା ମୂଳକ କରାଯାଇଛି l ଶ୍ରୀ ମନ୍ଦିର ପାଇଁ ନୂଆ SOP ଜାରିହେବ ନା ନାହିଁ ଆସନ୍ତା ବୈଠକ ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଧର୍ମେନ୍ଦ୍ର ପ୍ରଧାନଙ୍କ ନବୀନଙ୍କୁ ସିଧା ଟାର୍ଗେଟ...

Thu Jan 6 , 2022
ବାସ୍ତବବ୍ୟୁରୋ(ଭୁବନେଶ୍ୱର):ଧର୍ମେନ୍ଦ୍ର ପ୍ରଧାନଙ୍କ ନବୀନକୁ ସିଧା ଟାର୍ଗେଟ । ଆଜି ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ବର୍ଷେ ପୂରିଛି।ସରକାରୀ ଆଇନରେ ଛକି, ଏହି ଅବସରରେ ମାହାଙ୍ଗାରେ ଆୟୋଜିତ ଏକ ସ୍ମୃତି ସଭାରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବର୍ଷକ ତଳେ ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି […]

You May Like

Pin It on Pinterest