
ବାସ୍ତବବ୍ୟୁରୋ(ଭୁବନେଶ୍ୱର):ଧର୍ମେନ୍ଦ୍ର ପ୍ରଧାନଙ୍କ ନବୀନକୁ ସିଧା ଟାର୍ଗେଟ । ଆଜି ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ବର୍ଷେ ପୂରିଛି।ସରକାରୀ ଆଇନରେ ଛକି, ଏହି ଅବସରରେ ମାହାଙ୍ଗାରେ ଆୟୋଜିତ ଏକ ସ୍ମୃତି ସଭାରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବର୍ଷକ ତଳେ ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ବର୍ଷକ ପରେ ଆଜି ମାମଲା କେଉଁ ଅବସ୍ଥାରେ ଅଛି, ତାକୁ ନେଇ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର।
କୁଳମଣିଙ୍କ ହତ୍ୟା ଘଟଣାରେ ପ୍ରଥମେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀଙ୍କ ନାଁ ଏଫଆଇଆର ତାଲିକାରେ ଥିଲା, ହେଲେ ପରେ ପୁଲିସ ତାଙ୍କ ନାଁକୁ ଏଫଆଇଆରରୁ କାଟିଦେଲା କାହିଁକି ବୋଲ ପ୍ରଶ୍ନ କରିଛିନ୍ତି ଧର୍ମେନ୍ଦ୍ର। ତଳ କୋର୍ଟ ଙ୍କ ନିର୍ଦ୍ଦେଶକୁ ମାନି ନଥିଲା ପୁଲିସ୍। ଏମିତିକି ମନ୍ତ୍ରୀଙ୍କ ବ୍ୟାବସାୟିକ ପେଣ୍ଠସ୍ଥଳରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହେଲା। ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଶୂନ, ଯାହା ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା କିପରି, ତାହା ଜଳଜଳ ଦେଖା ଯାଉଛି । ଅସଲରେ ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଆ ଲୋକଙ୍କ ଚିନ୍ତା ନାହିଁ କିମ୍ବା ତାଙ୍କ ପାଇଁ ଦରଦ ନାହିଁ। ଯେଉଁ କାରଣରୁ ରାଜ୍ୟରେ ଏସବୁ ଘଟୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।