ଆଜିର ଖାସ୍ ଖବର

 ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୭୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୬୨୪୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୨୩୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୫୭୧୮ଜଣ ସୁସ୍ଥ ହୋଇଛନ୍ତି । 

ରାଜ୍ୟରେ ଆଜିଠାରୁ ଜାରି ହେବାକୁ ଯାଉଛି ଜାନୁଆରୀ ମାସର ଗାଇଡଲାଇନ୍। ଆଜିଠାରୁ ରାତି ୯ରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ। ୫୦% କ୍ଷମତାରେ ହୋଟେଲ ଓ ବାର୍  ଚାଲିବ। ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ। କିନ୍ତୁ ଏକା ସମୟରେ ସର୍ବାଧିକ ୫ଜଣ  ଗ୍ରାହକ ରହିବେ। ୧ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ଚାଲିପାରିବ। ତେବେ ଯାତ୍ରା ମାଲିକ ନିୟମକୁ କଡ଼ାକଡ଼ି ପାଳନ କରିବେ।  ମଲ୍ ଓ ବଜାରରେ ଭିଡ଼ ହେଲେ ଏଥିପାଇଁ ଦୋକାନ ମାଲିକ ଦାୟୀ ରହିବେ। ନିୟମ ଉଲ୍ଲଂଘନ କଲେ ୭ ଦିନ ଯାଏ ଦୋକାନ ବନ୍ଦ  କରାଯିବ।

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ନିଜେ ସ୍ବାସ୍ଥ୍ୟ ମନ୍ତ୍ରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଟ୍ବିଟ୍‌ କରି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଲେଖିଛନ୍ତି, ଗୁରୁବାର ଦିନ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉନଥିଲା । ସେ ହୋମଆଇସୋଲେସନରେ ରହିଥିବା ସୂଚନା ଦେଇଛନ୍ତି । ଗତ ୩ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି କୋଭିଡ୍ ପରୀକ୍ଷା କରାଇବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଭିସୁଟ୍‌ରେ ଲଗାତର ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ପରେ ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ୍ ପରୀକ୍ଷା କରାଯିବା ସହ ନେଗେଟିଭ୍ ବାହାରିଥିବା ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଯାଉଛି । ଯେଉଁ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ଅଙ୍ଗିରା ଛାତ୍ରାବାସରେ ସଂଗରୋଧରେ ରଖାଯାଉଛି । ସେହିପରି ଆସନ୍ତା ୧୦ ତାରିଖ ଯାଏଁ ସମସ୍ତ ଅଫଲାଇନ୍ କ୍ଲାସ୍ ବାତିଲ କରାଯାଇଛି ।

ଆଜିଠୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରାଯିବ । ବିମାନ ବନ୍ଦର ପହଞ୍ଚୁଥିବା ସବୁ ଯାତ୍ରୀଙ୍କ ଆର୍‌ଟିପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଏନେଇ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଡବଲ ଡୋଜ୍‌ ଟିକା ପ୍ରମାଣପତ୍ର ଏବଂ ଆରଟିପିସିଆର ଟେଷ୍ଟିଂ ରିପୋର୍ଟ ନେଗେଟିଭ୍‌ ଥିଲେ ମଧ୍ୟ ପୁଣି ଥରେ ବିମାନବନ୍ଦରରେ ପରୀକ୍ଷା ବାଧ୍ୟତାମୂଳକ ବୋଲି ବିଏମ୍‌ସି ନୋଟିସ୍‌ ଜାରି କରିଛି।

ପାଣିପାଗ ବିଭାଗ ଆକଳନ କରିଛି, ୧୦ରୁ ଅଦିନିଆ ବର୍ଷା ଲାଗି ରହିବ ରାଜ୍ୟରେ । ଚାରି ଦିନ ବର୍ଷିବ । ଆଭ୍ୟନ୍ତରୀଣରୁ ଉପକୂଳ ସବୁ ଆଡ଼େ ବର୍ଷା ହେବ । ବର୍ଷା ସହ କୁଆ ପଥର ବି ମାଡ଼ ହୋଇପାରେ । ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ କୋହଲା ଓ ମେଘୁଆ ରହିବା ସହ ଅନେକ ସ୍ଥାନରେ ବର୍ଷା କରାଇବ । 

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୭୧୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୨ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ୩୫ ଲକ୍ଷ ୨୨୬୩୮୬ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୩୭୧୩୬୩ ସକ୍ରିୟ ମାମଲା ରହିଛି ଏବଂ ୩୪୩୭୧୮୪୫ ଜଣ ସୁସ୍ଥ ହୋଇ ଫେରିଛନ୍ତି ।  ଏହା ବ୍ୟତୀତ ୪୮୩୧୭୮ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଜମ୍ମୁ ଓ କଶ୍ମୀରର ବଡ଼ଗାମ୍‌ ଅନ୍ତର୍ଗତ ଜୋଲ୍‌ୱା କ୍ରାଲ୍‌ପୋରା ଚାଦୂରା ଅଞ୍ଚଳରେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ନିରାପତ୍ତା ବଳଙ୍କ ସହ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ଆଜି କଶ୍ମୀର ଆଇ.ଜି.ପି. ବିଜୟ କୁମାର ସୂଚନା ଦେଇଛନ୍ତି

ରାଜ୍ୟର କୋଭିଡ୍‌-୧୯ ଆକ୍ରାନ୍ତଙ୍କ ପାଇଁ ପଶ୍ଚିମବଙ୍ଗ ସରକାର ଚାଙ୍ଗୁଡ଼ିଏ ଫଳ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ଶୀଘ୍ର ସୁସ୍ଥ ହୁଅନ୍ତୁ’ ବାର୍ତ୍ତା ପଠାଉଛନ୍ତି। ଏଯାବତ୍‌ ପ୍ରାୟ ୧୦,୦୦୦ ଫଳ ଚାଙ୍ଗୁଡ଼ି ପ୍ରସ୍ତୁତ କରାଯାଇ ସମଗ୍ର କୋଲ୍‌କାତାରେ ବଣ୍ଟନ ଆରମ୍ଭ କରାଯାଇଛି। 

ଉତ୍ତର ପ୍ରଦେଶର ଅଯୋଧ୍ୟା ନିକଟରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା ରିକ୍ଟର୍‌ ସ୍କେଲ୍‌ରୁ ଜଣାପଡ଼ିଛି ବୋଲି ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ (ଏନ୍‌ସିଏସ୍‌) ଆଜି ସୂଚନା ଦେଇଛି।‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିବା ଅନୁସାରେ, ଅଯୋଧ୍ୟା ଠାରୁ ୧୭୬ କିଲୋମିଟର୍‌ ଦୂର ଉତ୍ତର-ଉତ୍ତରପୂର୍ବ ଦିଗରେ ଏହି ଭୂମିକମ୍ପ ସଂଘଠିତ ହୋଇଥିଲା।

ନିଟ୍ କାଉନସେଲିଂ ନେଇ ସୁପ୍ରିମ୍‌କୋର୍ଟ ଏକ ବଡ଼ ଘୋଷଣା କରିଛନ୍ତି । ଏହି ଘୋଷଣାରେ ନିଟ୍‌,ପିଜି,ଓ ୟୁଜି ନାମଲେଖା ପାଇଁ ନିଷ୍ପତ୍ତି ପ୍ରକାଶ ପାଇଛି ।  EWC/OBC ସଂରକ୍ଷଣ ଲାଗୁ ହେବା ନେଇ ସ୍ପଷ୍ଟ କଲେ ସୁପ୍ରିମ୍‌କୋର୍ଟ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାଲକାନଗିରି ଜିଲ୍ଲା ଗସ୍ତରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ...

Fri Jan 7 , 2022
ପ୍ରଭାତ ସାହା(ମାଲକାନଗିରି):ମାଲକାନଗିରି ଜିଲ୍ଲା ଗସ୍ତରେ ମାନ୍ୟବର ବିଧାୟକ ଯାଜପୁର ତଥା ବିଜେଡି ରାଜ୍ୟ ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ୍ । ଜିଲ୍ଲା ବିଜେଡି ର ଏକ ଗୁରୁତ୍ବପୂର୍ଣ୍ଣ ସମିକ୍ଷା ବୈଠକରେ ମାଲକାନଗିରି ଜିଲ୍ଲା ସଦରମହକୁମା ସଂସ୍କୃତ ଭବନ ଠାରେ ପହଞ୍ଚିଥିଲେ ।ଦଳୀୟ କର୍ମୀ ମାନେ ଫୁଲ ତୋଡ଼ା ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ସେଠାରେ ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ପୂର୍ବତନ ସାଂସଦ ପ୍ରଦୀପ ମାଝୀ,ଚିତ୍ରକୋଣ୍ଡା […]

You May Like

Pin It on Pinterest