ମାଲକାନଗିରି ଜିଲ୍ଲା ଗସ୍ତରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ…

ପ୍ରଭାତ ସାହା(ମାଲକାନଗିରି):ମାଲକାନଗିରି ଜିଲ୍ଲା ଗସ୍ତରେ ମାନ୍ୟବର ବିଧାୟକ ଯାଜପୁର ତଥା ବିଜେଡି ରାଜ୍ୟ ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ୍ ।

ଜିଲ୍ଲା ବିଜେଡି ର ଏକ ଗୁରୁତ୍ବପୂର୍ଣ୍ଣ ସମିକ୍ଷା ବୈଠକରେ ମାଲକାନଗିରି ଜିଲ୍ଲା ସଦରମହକୁମା ସଂସ୍କୃତ ଭବନ ଠାରେ ପହଞ୍ଚିଥିଲେ ।ଦଳୀୟ କର୍ମୀ ମାନେ ଫୁଲ ତୋଡ଼ା ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ସେଠାରେ ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ପୂର୍ବତନ ସାଂସଦ ପ୍ରଦୀପ ମାଝୀ,ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରାସଦ ତ୍ରିପାଠୀ,ଜିଲ୍ଲା ବିଜେଡି ଉପସଭାପତି ହୃଦାନନ୍ଦ ସାହୁ,ପୂର୍ବତନ ବିଧାୟକ ମାନସ ମାଡକାମି,ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି,ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ସୁକାନ୍ତି ବୁରୁଦା,ଜିଲ୍ଲା ବାରିଷ୍ଟ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ନୃସିଂହ ଚରଣ ମୋହାନ୍ତି, ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ,ଜିଲ୍ଲା ଯୁବ ଜନତା ଦଳ ସଭାପତି ଆଡ଼ମା ରାବା, ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ ବିଜୁ ଯୁବ ଜନତା ଦଳ ମିଡ଼ିଆ ସଂଯୋକ ମୋନଜ ପଟ୍ଟନାୟକ, ଜିଲ୍ଲା ଛାତ୍ର ମିଡ଼ିଆ ସଂଯୋକ ସୁନିଲ କୁମାର ସାହୁ, ଜୋନ ସଂଯୋଜକ ଙ୍କ ସହିତ ଜିଲ୍ଲା ସମସ୍ତ ବ୍ଳକର ପଦାଧିକାରୀ ଏବଂ ଯୁବ ଛାତ୍ର ସମେତ ବିଜୁଜନତା ଦଳର ଅନ୍ୟାନ୍ୟ କର୍ମି ଓ ନେତା ଉପସ୍ଥିତ ରହିଥିଲେ।

ତେବେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ଏହି ସମିକ୍ଷା ବୈଠକ ରେ ଗୁରୁତ୍ବ ପୂର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ। ଏବଂ ପରେ ମାଲକାନଗିରି ଜିଲ୍ଲା ସଦରମହକୁମା ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଜିଲ୍ଲା ଆଦିବାସୀ ମହାସଂଘର ସଭାଗୃହ ଉଦଘାଟନ ମହାସମାବେଶରେ, ବିଜେଡି ର ରାଜ୍ୟ ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜ କରକମଳରେ ଏହାର ଶୁଭ ଉଦ୍ଘାଟନ କରିଥିଲେ।

ଏଥି ସହିତ ସଭାଗୃହ ନିର୍ମାଣ ପାଇଁ ୫୦ ଲକ୍ଷ୍ୟ ଅନୁଦାନ ରାଶି ମଧ୍ୟ ସେ ଘୋଷଣା କରିଥିଲେ। ଏହି ସମାବେଶରେ ବହୁ ପରିମାଣର ଆଦିବାସୀ ସମ୍ପ୍ରଦାୟ ର ଲୋକ ଏକାଠି ହେବାର ଦେଖିବାକୁ ମିଳିଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Jan 8 , 2022
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୮୪ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ରାଜଧାନୀର ୧୧ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । […]

You May Like

Pin It on Pinterest