୩୧ ତାରିଖ ପର୍ଯ୍ୟନ୍ତ ବାବା ଆଖଣ୍ଡଳମଣୀଙ୍କ ଦର୍ଶନ ମନା…ପିଠିରେ ୧୪୪ ଧାରା…

ଦେବକାନ୍ତ ମହାନ୍ତି (ଚାନ୍ଦବାଲି)୧୦//୦୧//୨୦୨୨ ମହାମାରୀ କରୋନାର ଓ ଓମିକ୍ରନ ର ଭୟଭୟତାକୁ ନେଇ ଗତକାଲି ରବିବାର ସଂଧ୍ଯାରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ (SOP) କଟକଣା ଜାରୀ କରିଛନ୍ତି।

ଗତକାଲି ରବିବାର ମଧ୍ଯରାତ୍ରରୁ ଅର୍ଥାତ ରାତ୍ର ୧ଟାରୁ ଆସନ୍ତା ୩୧ ମଧ୍ଯରାତ୍ର ପର୍ଯ୍ଯନ୍ତ ମଣିବାବାଙ୍କ ମନ୍ଦିରରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବା ପାଇଁ ପ୍ରଶାସନ ପକ୍ଷରୁ ନଟକା ଜାରୀ କରାଯିବା ସହ କୌଣସି ସ୍ଥାନରେ ଯେପରି ଭିଡ ପରିଲିକ୍ଷିତ ନହେବ ସେଥିପାଇଁ ସମଗ୍ର ପୀଠରେ ୧୪୪ଧାରା ଜାରୀ କରିଛି ପ୍ରଶାସନ। ଅନ୍ଯପଟେ ଦୈନନ୍ଦିନ ରୀତିନୀତି ଅନୁଯାୟୀ ମଣିବାବାଙ୍କର ସମସ୍ତ ନୀତିକାନ୍ତି କୋଭିଡ କଟକଣା ଅନୁଯାୟୀ କରାଯିବ ବୋଲି ସେବାୟତଙ୍କୁ ପରାମର୍ଶ ଦେଇଛି ପ୍ରଶାସନ। ତାହାସହ ପୀଠରେ କୌଣସି ମେଳା, ମହୋତ୍ସବ, ଭଜନ ସମାହୋର ନହେବା ପାଇଁ ପ୍ରଶାସନ ପକ୍ଷରୁ କଡା ନିର୍ଦେଶ ଦିଆଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Jan 11 , 2022
ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୦୭୧ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୮୨୭୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୭୨୧୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୭୦୩୧ଜଣ ସୁସ୍ଥ ହୋଇଛନ୍ତି ।  […]

You May Like

Pin It on Pinterest