ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୦୭୧ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୮୨୭୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୭୨୧୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୭୦୩୧ଜଣ ସୁସ୍ଥ ହୋଇଛନ୍ତି ।
ଯୁକ୍ତ୨ ଫର୍ମ ପୂରଣ ଅବଧି ବଢ଼ିଲା । ଯେଉଁ ଛାତ୍ରଛାତ୍ରୀ ଏ ପର୍ଯ୍ୟନ୍ତ ଫର୍ମ ପୂରଣ କରିନାହାନ୍ତି ସେମାନେ ଜାନୁଆରି ୧୮ ସୁଦ୍ଧା ୪୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିପାରିବେ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଗୁଲାର୍, ଏକ୍ସ- ରେଗୁଲାର୍, କରେଣ୍ଡନ୍ସ ପାଠ୍ୟକ୍ରମର ଛାତ୍ରଛାତ୍ରୀ ୧୧ ରୁ ୧୮ ତାରିଖ ମଧ୍ୟରେ ଏହି ସୁବିଧା ନେଇପାରିବେ ବୋଲି ପରିଷଦ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।
ଆଜି ରାଜ୍ୟ ନିର୍ବାଚନ କମିସନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେ କହିଛନ୍ତି,ସକାଳ ୭ଟାରୁ ଦିନ ୧ଟା ଯାଏ ମତଦାନ କରାଯାଇପାରିବ। କୋଭିଡ୍ କଟକଣା ଭିତରେ ନିର୍ବାଚନ ହେବ। ଏଥର ଜଣେ ପ୍ରାର୍ଥୀ ସର୍ବାଧିକ ୫ଜଣଙ୍କୁ ସାଙ୍ଗରେ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ। କୌଣସି ପ୍ରକାରର ସମ୍ମିଳନୀକୁ ଅନୁମତି ମିଳିବ ନାହିଁ । ଭର୍ଚୁଆଲରେ ପ୍ରଚାର କରିପାରିବେ ପ୍ରାର୍ଥୀ। ଫେବ୍ରୁଆରି ୧୬, ୧୮ ଫେବ୍ରୁଆରି ୨୦, ୨୨ ଓ ୨୪ ତାରିଖରେ ନିର୍ବାଚନ ହେବ। ଭୋଟ ଗଣତି ଫେବ୍ରୁଆରି୨୫, ୨୬ ଓ ୨୮ ତାରିଖରେ ହେବ। ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ଆଜିଠାରୁ ଆଚରଣ ବିଧି ଲାଗୁ ହେଲା। ଏହା ଫେବ୍ରୁଆରି୨୮ ତାରିଖ ଯାଏ ବଳବତ୍ତର ରହିବ।
ଆସନ୍ତାକାଲି(ବୁଧବାର)ଠାରୁ ଭିତରକନିକାରେ ବିଦେଶୀ ପକ୍ଷୀ ଗଣନା । ପକ୍ଷୀ ଗଣନାରେ ସାମିଲ ହେବେ ୧୬ଟି ଟିମ୍ । ପ୍ରତି ଟିମରେ ୪ରୁ ପାଞ୍ଚ ଜଣ ସଦସ୍ୟ ନିୟୋଜିତ ହେବା ସହିତ ଚଳିତ ବର୍ଷ କଲେଜ ଛାତ୍ର ଛାତ୍ରୀଙ୍କୁ ସାମିଲ କରାଯିବ ।
ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ଦେହାନ୍ତ। ସମ୍ବଲପୁର ଜିଲ୍ଲା ପରମାଣପୁର ବାର ଡୁଙ୍ଗରି ସ୍ଥିତ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବୟସରେ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ।
ଆଜି ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ଏସ୍ଆର୍ସି, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ତୃତୀୟ ଲହରୀର ମୁକାବିଲା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୮୦୬୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭୭ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ୩୫୮୭୫୭୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୮୨୧୪୪୬ ସକ୍ରିୟ ମାମଲା ରହିଛି ଏବଂ ୩୪୫୭୦୧୩୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୪୮୪୨୧୩ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ରାଜଧାନୀ ଦିଲ୍ଲୀରେ କରୋନା ପରିସ୍ଥିତି ଦିନକୁ ଦିନ ସଙ୍ଗିନ ହେଉଥିବାରୁ କଟକଣାକୁ ବୃଦ୍ଧି କରାଯାଉଛି। ଏଣିକି ରେଷ୍ଟୁରାଣ୍ଟ ଏବଂ ବାରରେ ଡାଇନିଂ ଉପରେ ବସି ଖାଇବାକୁ ପ୍ରତିବନ୍ଧକ ଲଗାଇବାକୁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିଷ୍ପତ୍ତି ନେଇଛି।କେବଳ ହୋମ୍ ଡେଲଭରି ପାଇଁ ଅନୁମତି ଦିଆଯାଇଛି ।
ଆଜି ଅପରାହ୍ନ ୪ଟାରେ କୋଭିଡ଼୍ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ସବୁ ରାଜ୍ୟର ମୂଖ୍ୟମନ୍ତ୍ରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ସ୍ଥିତି ବିଷୟରେ ଅବଗତ କରାଇଲେ ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।
ସମଗ୍ର ବିଶ୍ବରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୮ ଲକ୍ଷ ୮୨ ହଜାର ୮୦୪ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧ କୋଟି ୪ ଲକ୍ଷ ୫୮ ହଜାର ୫୨୪ରେ ପହଞ୍ଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ୮୮ ଲକ୍ଷ ୮ ହଜାର ୬୭୧୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ୪୩୬୨ ଜଣଙ୍କର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ବଶ୍ବବ୍ୟାପୀ କରୋନାରେ ମୃତକଙ୍କ ସଂଖ୍ୟା ୫୫ ଲକ୍ଷ ୧୧ ହଜାର ୩୯୬ରେ ପହଞ୍ଚିଛି।