ଚାନ୍ଦବାଲି ବିଧାୟକଙ୍କ କରକମଳରେ ଚାନ୍ଦବାଲି ବ୍ଲକ ପରିସର ସୌନ୍ଦର୍ଯ୍ୟକରଣ ଓ ନୂତନ ତୋରଣର ଉଦ୍ଘାଟନ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୧/୦୧/୨୦୨୨- ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚାୟତ ସମିତି ପରିସର ସୌନ୍ଦର୍ଯ୍ୟକରଣ ଓ ନୂତନ ଗେଟ ର ଉଦଘାଟନ କଲେ ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ।

ଉଦଘାଟନ ଵେଳେ ଚାନ୍ଦବାଲି ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋତିବିକାଶ ଦାସ,ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷା ମାନସୀ ସାହୁ ଏବଂ ଅଧକ୍ଷାଙ୍କ ପ୍ରତି ନିଧି ରଞ୍ଜନ ସାହୁ ସହଯୋଗ କରି ଥିଲେ। ବିଭିନ୍ନ ଶ୍ରେଣୀର ବ୍ଲକ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ଚାନ୍ଦବାଲି ବ୍ଲକର ଅଫିସ ଠୁ ଆରମ୍ଭ କରି ନୂତନ ଗେଟ ର ସୌନ୍ଦର୍ଯ୍ୟ କରଣ କରା ଯାଇଛି।

ଏହି ଅଫିସରେ ଦିନକୁ ହଜାର ହଜାର ଜନ ସାଧାରଣ ନିର୍ଭର କରିଥିଲା ବେଳେ ଏହାର ନବୀକରଣ ଆବଶ୍ୟକତା ରହିଛି ବୋଲି ଶ୍ରୀ ରାୟ ମତବ୍ୟକ୍ତ କରିଛନ୍ତି । ଚାନ୍ଦବାଲିରେ ସମସ୍ତ ଅଫିସ ବିୟୁଲିଡଙ୍ଗ ଏବଂ ମେଡିକାଲ ଠାରୁ ଆରମ୍ଭ କରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇ ଥିବା ବିଧାୟକ ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସମସ୍ତେ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେବେ,ବୁଷ୍ଟର୍ ଡୋଜ ସଂକ୍ରମଙ୍କୁ ରୋକି ପାରିବ ନାହିଁ ନାହିଁ:- ସରକାରୀ ବିଶେଷଜ୍ଞଙ୍କ ଦାବି…

Wed Jan 12 , 2022
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ସରକାରୀ ବରିଷ୍ଠ ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ରୋକିବା ପ୍ରାୟ ଅସମ୍ଭବ ତେଣୁ ଏହା ସମଗ୍ର ବିଶ୍ୱକୁ ସଂକ୍ରମିତ କରିବ | ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ସହିତ ଜଡିତ ଡାକ୍ତର ଜୟପ୍ରକାଶ ମୁଲିଇଲ କହିଛନ୍ତି ଯେ କରୋନା ଟୀକାକରଣର ଏକ ବୁଷ୍ଟର ଡୋଜ୍ ମଧ୍ୟ ଓମିକ୍ରନ୍ ଭାରିଆଣ୍ଟ ବିସ୍ତାରରୁ ରୋକିପାରିବ ନାହିଁ। ଆଇସିଏମଆର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜିର ବୈଜ୍ଞାନିକ ପରାମର୍ଶଦାତା କମିଟିର […]

You May Like

Pin It on Pinterest