ଆଜିର ଖାସ୍ ଖବର

 ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୦୯୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୬୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୯୨ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୧୫ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ପଞ୍ଚଭୂତରେ ଲୀନ ହେଲେ ମିହିର। ଗାର୍ଡ ଅଫ ଅନର ସହ ହେଲା ଶେଷକୃତ୍ୟ। ଅଭିନେତା ମିହିର ଦାସ ପରପାରିକୁ ଚାଲିଯାଇଥିବା ବେଳେ ଓଡ଼ିଆ ଫିଲ୍ମ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଯାଇଛନ୍ତି। ବର୍ଷା ସତ୍ତ୍ବେ ଲୋକେ ଛତା ଧରି ନିଜ ପ୍ରିୟ ଅଭିିନେତାଙ୍କୁ ବିଦାୟ ଦେବାକୁ ପହଞ୍ଚିଥି ।

କୋଣାର୍କ ଅବଧୁତ ମଠରୁ ଆଜି ଗଡ଼ିଲା ପ୍ରଥମ ସୂର୍ଯ୍ୟରଥ । ଏହି ରଥ ସୂର୍ଯ୍ୟ ମନ୍ଦିର ଦେଇ ଚନ୍ଦ୍ରଭାଗାରେ ପହଞ୍ଚିଛି । ଏହା ୨୭ଦିନ ଧରି ମାଘ ସପ୍ତମୀ ପର୍ଯ୍ୟନ୍ତ ସେଠାରେ ରହିବ । ଏହା ସହ ଶାମ୍ବ ଦଶମୀ ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । କରୋନା କଟକଣା ପାଇଁ ଚନ୍ଦ୍ରଭାଗା ରାମଚଣ୍ଡିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ୧୪ ଯାଏଁ ଓଡ଼ିଶାରେ ବର୍ଷା ବଢ଼ିପାରେ। ଏନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭଗ। ଏହି ୧୧ ଜିଲ୍ଲା ମଧ୍ୟରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲା ରହିଛି। ଏହା ବ୍ୟତୀତ  କଳାହାଣ୍ଡି, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗିର ଜିଲ୍ଲାର  ଅନେକ ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।  ଅନ୍ୟପଟେ ନବରଙ୍ଗପୁର,  ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଜିଲ୍ଲାର କିଛି ଅଞ୍ଚଳରେ ବଜ୍ରପାତ ସହ ଘଡ଼ଘଡି ଓ ବର୍ଷା ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯୪୭୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୨ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ୩୬୦୭୦୫୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୯୫୫୩୧୯ ସକ୍ରିୟ ମାମଲା ରହିଛି ଏବଂ ୩୪୬୩୦୫୩୬ ଜଣ ସୁସ୍ଥ ହୋଇ ଫେରିଛନ୍ତି ।  ଏହା ବ୍ୟତୀତ ୪୮୪୬୫୫ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଗାୟିକା ଲତା ମଙ୍ଗେସ୍କର୍‌ ଆଉ କିଛି ଦିନ ‘ଆଇସିୟୁ’ ୱାର୍ଡରେ ରହିବେ । ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଲତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରତୀତ ସମଧାନୀ କହିଛନ୍ତି, ଗାୟିକା ଲତା ମଙ୍ଗେସ୍କର୍‌ ‘ଆଇସିୟୁ’ ୱାର୍ଡରେ ରହିବେ। ତାଙ୍କୁ ୧୦-୧୨ ଦିନ ନିରୀକ୍ଷଣରେ ରଖାଯିବ। କୋଭିଡ୍‌ ସହ ସେ ମଧ୍ୟ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି।

ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି। ହ୍ୟାକରମାନେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ଟ୍ୱିଟର ଆକାଉଣ୍ଟର ନାଁ ‘ଏଲୋନ୍ ମସ୍କ’ରେ ପରିବର୍ତ୍ତନ କରିଦେଇଛନ୍ତି। ଏହି ଟ୍ୱିଟର ଆକାଉଣ୍ଟରେ କିଛି ସମୟ ପାଇଁ ‘ଗ୍ରେଟ୍ ଜବ୍’ ମଧ୍ୟ ଟ୍ୱିଟ୍ ହୋଇଥିଲା।   

ସାଂଘାତିକ କୋଭିଡ ସ୍ଥିତିର ମୁକାବିଲା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି। ପର୍ଯ୍ୟାପ୍ତ ଅକ୍ସିଜେନ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ଚିଠିରେ ଉଲ୍ଲେଖ କରିଛନ୍ତି।  ଏଥିରେ ସେ କହିଛନ୍ତି, ୪୮ ଘଣ୍ଟାର ଅକ୍ସିଜେନ ବଫର୍ ଷ୍ଟକ ରଖନ୍ତୁ।  ତରଳ ଅକ୍ସିଜେନ ଯେମିତି ନିରବଚ୍ଛିନ୍ନ ଭାବେ ଯୋଗାଣ ହୋଇପାରିବ, ତାର ବ୍ୟବସ୍ଥା କରାଯାଉ । ସବୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ରଖନ୍ତୁ । ସବୁ ଜିଲ୍ଲାରେ ଅକ୍ସିଜେନ କନ୍ସେନ୍ଟ୍ରେଟର୍ ବ୍ୟବସ୍ଥା କରାଯାଉ । ଉଚ୍ଚସ୍ତରୀୟ ହସ୍ପିଟାଲରେ ଜୀବନ ରକ୍ଷା କରି ଉପକରଣ ପ୍ରସ୍ତୁତ କରିବାକୁ କେନ୍ଦ୍ର ଅବଗତ କରିଛି।


ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଞ୍ଚଭୂତରେ ବିଲୀନହେଲେ ଓଲିଉଡର କାକା ମିହିର ଦାସ....

Wed Jan 12 , 2022
ଦୀପକ ବେଉରା(କଟକ): ଫୁଲ ମାଳି,କରତାଳି ଆଉ ଦର୍ଶନକ ଗାଳୀରେ,ସବୁ ଦୁଃଖକୁ ଭୁଲିଯାଇ ଓଠରେ ଆତ୍ମତ୍ରୁପ୍ତିର ହସଟିଏ ଫୁଟାଏ କଳାକାର । ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଏମିତ ଏକ କଳାକାର,ଯିଏକି କାପାଇଁ ଭାଇତ କାପାଇଁ କାକା ,ଓଲିଉଡର କାକା ମିହିର ଦାସ- ଗୋଟିଏ ଯୁଗର ଅନ୍ତ । ଓଲିଉଡରେ କାକା ଯୁଗର ଅବସାନ ଘଟିଲା। ଆଉ ଶୁଭିବନି ସେ ଗୁରୁ ଗମ୍ଭୀର ସ୍ୱର। କଟକ ସତୀଚୌରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା […]

You May Like

Pin It on Pinterest