
ଦୀପକ ବେଉରା(କଟକ): ଫୁଲ ମାଳି,କରତାଳି ଆଉ ଦର୍ଶନକ ଗାଳୀରେ,ସବୁ ଦୁଃଖକୁ ଭୁଲିଯାଇ ଓଠରେ ଆତ୍ମତ୍ରୁପ୍ତିର ହସଟିଏ ଫୁଟାଏ କଳାକାର । ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଏମିତ ଏକ କଳାକାର,ଯିଏକି କାପାଇଁ ଭାଇତ କାପାଇଁ କାକା ,ଓଲିଉଡର କାକା ମିହିର ଦାସ- ଗୋଟିଏ ଯୁଗର ଅନ୍ତ । ଓଲିଉଡରେ କାକା ଯୁଗର ଅବସାନ ଘଟିଲା। ଆଉ ଶୁଭିବନି ସେ ଗୁରୁ ଗମ୍ଭୀର ସ୍ୱର। କଟକ ସତୀଚୌରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ତାଙ୍କର ଶେଷକୃତ ସମ୍ପନ୍ନ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱର୍ଗତ ମିହିରି ଦାସଙ୍କୁ ଦିଆଯାଇଛି ଗାର୍ଡ ଅଫ୍ ଅନର ଦିଆ ଯାଇଥିବାବେଳେ,ବଡ଼ ପୁଅ ଅମ୍ଳାନ ଦାସ ମୁଖାଗ୍ନି ଦେଇଛନ୍ତି ।
ମିହିରଙ୍କ ଶେଷ ଦର୍ଶନ ପାଇଁ ସତୀଚୌରା ଶ୍ମଶାନ ଲୋକାରଣ୍ୟ ହୋଇ ଥିଲା । ବିଶିଷ୍ଟ ରାଜନେତା, ଫିଲ୍ମ ଅଭିନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତେ ଶେଷ ଥର ପାଇଁ ଏହି ମହାନ କଳାକାରଙ୍କୁ ଭିଡ଼ ଜମାଇଥିଲେ । ପୁରା ପରିବେଶ ଥିଲା ଶୋକାକୂଳ ।

ବହୁ ବର୍ଷ ଧରି କିଡନି ରୋଗରେ ପୀଡ଼ିତ ଥିଲେ ମିହିର ଦାସ ଏକ ମାସ ପୂର୍ବରୁ ଗୁରୁତର ହୋଇଥିଲେ। ଏଠି ପାଇଁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ଆଇସିୟୁରେ ଥିଲେ। ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଏକାଧିକ ଅଙ୍ଗ ଅକାମୀ ହୋଇଯିବାରୁ ଗତକାଲି ଅପରାହ୍ଣ ୩ଟା ୨୫ରେ ତାଙ୍କର ପରଲୋକ ହୋଇଥିଲା। ମାତ୍ର ୬୩ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଅଭିନେତା ମିହିର ଦାସ।ସମସ୍ତଙ୍କ ମୁହଁରେ ଗୋଟିଏ କଥା କାକା ତୁମେ ଫେରି ଆସ ।



