ସବୁ କଳ୍ପନା ଜଳ୍ପନାର ଅନ୍ତ ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ…

ବାସ୍ତବବ୍ୟୁରୋ(ଭୁବନେଶ୍ୱର):ଆଜି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁସାରେ ରାଜ୍ୟରେ ପୌର ନିର୍ବାଚନକୁ ଶୀଘ୍ର ସାରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ବହୁଚର୍ଚ୍ଚିତ ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀକୁ ନେଇ ଜାରିରହିଥିବା ଉତ୍କଣ୍ଠାର ଅନ୍ତ ଘଟିଛି । ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ଭୁବନେଶ୍ୱର ମହାନଗର ନିଗମ । କଟକ ମହାନଗର ନିଗମର ମେୟର ପଦବୀକୁ ଅଣସଂରକ୍ଷିତ ରଖାଯାଇଥିବାବେଳେ, ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।

ଆଜି ଏନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହେବା ସହ ଏହା ଉପରେ ଆପତ୍ତି-ଅଭିଯୋଗ ଥିଲେ ୧୫ଦିନ ମଧ୍ୟରେ ପୌର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ କୁହାଯାଇଛି। ଓଡ଼ିଶା ମହାନଗର ନିଗମ ଆଇନ-୨୦୦୩ର ଧାରା ୧୪ର ଉପଧାରା ୩ ଓ ୪ ଅନ୍ତର୍ଗତ ଏବଂ ଓଡ଼ିଶା ମହାନଗର ନିଗମ ରୁଲସ-୨୦୦୩ର ରୁଲ-୮୦(୮) ର ପ୍ରାବଧାନ ଅନୁସାରେ ମହାନଗରଗୁଡ଼ିକର ମେୟର ପଦବୀକୁ ସଂରକ୍ଷିତ ରଖିବାକୁ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶନି ଦେବ ୩୩ ଦିନ ପାଇଁ ଅସ୍ତ ହେବାକୁ ଯାଉଛନ୍ତି, ଏହି ୫ ଟି ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ...

Thu Jan 13 , 2022
ଡ଼.ନବକିଶୋର ମିଶ୍ର ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହର ଅସ୍ତ କିମ୍ବା ରାଶି ପରିବର୍ତ୍ତନ ମାନବ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ | ଯେତେବେଳେ ଏକ ଗ୍ରହ ସୂର୍ଯ୍ୟଙ୍କ ନିକଟତର ହୁଏ, ସେତେବେଳେ ଏହା ଅସ୍ତ ହେବାର ବିବେଚନା କରାଯାଏ | କୁହାଯାଏ ଯେ ଯେତେବେଳେ ଜଣେ ସୂର୍ଯ୍ୟଙ୍କ ନିକଟକୁ ଯାଏ, ସେହି ଗ୍ରହର ପ୍ରଭାବ ନଷ୍ଟ ହୋଇଯାଏ | ଶନି ଙ୍କୁ କର୍ମ ଏବଂ ବୟସ ପ୍ରଦାନକାରୀ ଭାବରେ ବିବେଚନା […]

You May Like

Pin It on Pinterest