
ବାସ୍ତବବ୍ୟୁରୋ(ଭୁବନେଶ୍ୱର):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୦୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩,୧୮୮ ଜଣ ଚିହ୍ନଟ ହୋଇଛନ୍ତି । ସଂକ୍ରାମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୭୨ ଜଣ ଅଛନ୍ତି। ଏହି ୧୦,୦୫୯ ଆକ୍ରାନ୍ତଙ୍କ ମଧ୍ୟରୁ ୫,୮୩୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪,୨୨୬ଟି ହେଉଛି ଲୋକାଲ୍ କେସ୍।
ଗତ ୨୪ ଘଂଟାରେ, ସୁନ୍ଦରଗଡ଼ ଜିଲ୍ଲାରୁ ୧,୩୪୮ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୭୦, ସମ୍ବଲପୁରରୁ ୫୭୦, ମୟୂରଭଞ୍ଜରୁ ୪୨୩, ଅନୁଗୋଳରୁ ୪୬, ବାଲେଶ୍ୱରରୁ ୨୭୮, ବରଗଡ଼ରୁ ୭୬, ଭଦ୍ରକରୁ ୧୩୮, ବଲାଙ୍ଗିରରୁ ୨୧୬, ବୌଦ୍ଧରୁ ୧୫, ଦେବଗଡ଼ରୁ ୧୮, ଢେଙ୍କାନାଳରୁ ୫୦, ଗଜପତିରୁ ୮୨, ଗଞ୍ଜାମରୁ ୧୫୪, ଜଗତସିଂହପୁରରୁ ୧୪୨, ଯାଜପୁରରୁ ୨୧୨, ଝାରସୁଗୁଡ଼ାରୁ ୨୧୯, କଳାହାଣ୍ଡିରୁ ୧୨୩, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୫୧, କେନ୍ଦୁଝରରୁ ୧୦୯, କୋରାପୁଟରୁ ୧୫୫, ମାଲକାନଗିରିରୁ ୧୭, ନବରଙ୍ଗପୁରରୁ ୧୨୨, ନୟାଗଡ଼ରୁ ୧୦୨, ନୂଆପଡ଼ାରୁ ୬୬, ପୁରୀରୁ ୨୭୨, ରାୟଗଡ଼ାରୁ ୧୩୧ ଓ ସୋନପୁରରୁ ୧୦୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୭୨୪ ଜଣ ଚିହ୍ନଟ ହୋଇଛନ୍ତି।