ହାଇଦ୍ରାବାଦ ବଳାତ୍କାର,ହତ୍ୟା ମାମଲା: ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କଲା ମହିଳା ସମିତି

ବରଗଡ଼ ୩।୧୨: ହାଇଦ୍ରାବାଦ ବଳାତ୍କାର, ହତ୍ୟା ଘଟଣାକୁ ନେଇ ମଙ୍ଗଳବାର ବରଗଡ଼ ମହିଳା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛି । ସମିତିର ବରିଷ୍ଠ ନେତ୍ରୀ ଗୀତା ମିଶ୍ର ଓ ମମତା ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରଗଡ଼ ଜିଲାପାଳ ଅଫିସକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଭାରତୀୟ ଦଣ୍ଡବିଧି ଆଇନରେ ସଂଶୋଧନ ଅଣାଯାଇ ହାଇଦ୍ରାବାଦ ଭଳି କୌଣସି ବଳାତ୍କାର, ହତ୍ୟା ଅଭିଯୁକ୍ତଙ୍କୁ ଅବିଳମ୍ବେ ମୃତ୍ୟୁଦଣ୍ଡ ବ୍ୟବସ୍ଥା ପାଇଁ ସ୍ମାରକପତ୍ରରେ ନିବେଦନ କରାଯାଇଛି। ସ୍ମାରକପତ୍ର ପ୍ରଦାନ ପରେ ପ୍ରତିନିଧି ଦଳ ମୁହଁରେ କଲା କନା ବାନ୍ଧି ଗାନ୍ଧୀଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସାମନାରେ ପ୍ରତିକାତ୍ମକ ଧାରଣା ଦେଇ ହାଇଦ୍ରାବାଦ ଗଣ ଦୁସକର୍ମ ଘଟଣାର ନିନ୍ଦା କରି ଶ୍ଳୋଗାନ ଦେଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Dec 4 , 2019
୧-ବୁଲବୁଲ୍ ପାଇଁ ଓଡ଼ିଶାକୁ ମିଳିଲା ୫୫୨ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା। ୨-୧୦ଡିଗ୍ରୀ ତଳେ ଦାରିଙ୍ଗବାଡି, ଦୁଇଦିନ ଥଣ୍ଡା ବଢିବ। ୩-୫୧ ଜଣ ପଳାତକ ଦେଶରୁ ଲୁଟି ନେଇଛନ୍ତି ୧୮ ହଜାର କୋଟି ଟଙ୍କା:ସିବିଆଇ ରିପୋର୍ଟ। ୪-ସୀମା ଟପିଲା ଦରବୃଦ୍ଧି: ପିଆଜ ହେଲାଣି ୧୨୦। ୫-ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀରୁ ପୃଥ୍ଵୀ-୨ର ରାତ୍ରିକାଳୀନ ବ୍ୟାବହାରିକ ପରୀକ୍ଷଣ , ୩୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା। ୬-ଭୁବନେଶ୍ୱର:ସହଜ ହେବ ପାଠପଢା – […]

You May Like

Pin It on Pinterest