
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୧୫//୦୧//୨୦୨୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ବିଗୁଲ ବାଜିଶାଲାଣି ହେଲେ ନିର୍ବାଚନ ଯେତେ ପାଖେଇ ଆସୁଛି ଘଣ୍ଟେଶ୍ୱରରେ ଗୋଷ୍ଠି କନ୍ଦଳ ସେତେ ବଢ଼ିବାରେ ଲାଗିଛି।କିଛି ଅସାଧୁ ଲୋକ ବଜାର ମଧ୍ୟରେ ଲାଗିଥିବା ବେନରକୁ ବିଳମ୍ବିତ ରାତିରେ ଚିରି ନେଇ ଯାଇଥିବା ଦେଖିବାକୂ ମିଳିଛି।
ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତ ଘଣ୍ଟେଶ୍ୱର ବଜାରରେ।ବିଜେଡି ଭଦ୍ରକ ଜିଲ୍ଲାର ସମ୍ପାଦକ ପ୍ରଭାତ ସାହୁ(ପପୁ) ନୂତନ ବର୍ଷ ଓ ନିର୍ବାଚନି ବେନର ଲଗାଇ ଥିଲେ ହେଲେ ଗତକାଲି ବିଳମ୍ବିତ ରାତ୍ରିରେ କିଛି ଅସାଧୁ ବ୍ଯକ୍ତି ଉକ୍ତ ବେନରକୁ ଚିରି ଦେଇଛନ୍ତି ବୋଲି ଘଣ୍ଟେଶ୍ବର ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ ହୋଇଛି ।ଘଣ୍ଟେଶ୍ବର ଫାଣ୍ଡି ପୋଲିସ ଏହାର ତୁରନ୍ତ ତଦନ୍ତ କରି ଆସାମି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।