ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧୧୭୭ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୩ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୩୩୯୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୯୭୬୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୫୫୬୧୫ଜଣ ସୁସ୍ଥ ହୋଇଛନ୍ତି ।

ଆସନ୍ତାକାଲି ଓଡ଼ିଶା ଆସିବ ଓମିସିଓର କିଟ୍ । ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡ (ଟାଟା ଏମଡି) ଦ୍ବାରା ପ୍ରସ୍ତୁତ ଏହି କିଟ୍ ର ବ୍ୟବହାର ଫଳରେ ଆଉ ଜିନମ ସିକ୍ୱେନ୍ସିଂର ଆବଶ୍ୟକତା ପଡିବନି। କିଛି ଦିନ ତଳେ ଓମିକ୍ରନ ସହ ଲଢ଼ିବା ପାଇଁ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର । ଆଉ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିଓର କିଟ କିଣିବା ପାଇଁ ଅର୍ଡର ଦେଇଥିଲା।

ଭୁବନେଶ୍ୱର ଏମ୍‌ସରେ ୨୫୦ ଡାକ୍ତର ଏବଂ ହସ୍ପିଟାଲ୍‌ କର୍ମଚାରୀ କୋଭିଡ୍‌ ପଡିଟିଭ୍‌। ଏନେଇ ଆସନ୍ତାକାଲି(ସୋମବାର)ଠୁ ଓପିଡି ବନ୍ଦ ରହିବ । ମେଡିକାଲ ସୁପରିଟେଣ୍ଡେଟ୍‌ ପ୍ରଫେସର ଡାକ୍ତର ସଚିଦାନନ୍ଦ ମହାନ୍ତି ୨୫୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ କରୋନା ପଜିଟିଭ୍‌ ନେଇ ସୂଚନା ଦେଇଛନ୍ତି। 

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭୧୨୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ୩ କୋଟି ୬୦ ଲକ୍ଷ ଉପରେ ରହିଛି । ସେହିପରି ୧୫୫୦୩୭୭ ସକ୍ରିୟ ମାମଲା ରହିଛି ଏବଂ ୩୫୦୮୫୭୨୧ ଜଣ ସୁସ୍ଥ ହୋଇ ଫେରିଛନ୍ତି ।  ଏହା ବ୍ୟତୀତ ୪୮୬୦୬୬ ସଂକ୍ରମିତ ପ୍ରାଣ ହରାଇଛନ୍ତି ।  

ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରଠାରୁ ଉଷ୍ମ ହୋଇଛି ଉତ୍ତରପ୍ରଦେଶ ରାଜନୀତି । ଦଳବଦଳ ରାଜନ ଆଉ ଏହି ରେସରେ ଆଗରେ ରହିଛି ସମାଜବାଦୀ ପାର୍ଟି । ଅଖିଳେଶଙ୍କୁ ବଡ ଝଟକା ଦେବାକୁ ଯାଉଛନ୍ତି ତାଙ୍କର ଭାଇ ବୋହୂ ଅପର୍ଣ୍ଣା ଯାଦବ । ମୁଲାୟମ ସିଂଙ୍କ ସାନବୋହୂ ଅପର୍ଣ୍ଣା ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି, ଆଉ ଏଥିପାଇଁ କାଳେ କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଚର୍ଚ୍ଚା ଜୋର ଧରିଛି । ଏହା ଅଖିଳେଶଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଶନିବାର ଦିନ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ଟୋଙ୍ଗା ନିକଟରେ ଆଖିଦୃଶିଆ ଢଙ୍ଗରେ ସମୁଦ୍ର ମଧ୍ୟସ୍ଥ ଗୋଟାଏ ଆଗ୍ନେୟଗିରି ଉଦ୍‌ଗୀରଣ ହେବାରୁ ବେଳାଭୂମି ଉପରକୁ ସୁନାମି ଢେଉ ମାଡ଼ିଗଲା ଏବଂ ଲୋକେ ଦୌଡ଼ା ଦୌଡ଼ି ହୋଇ ଉଚ୍ଚ ସ୍ଥାନକୁ ଚାଲିଯାଇଥିଲେ। ଆଗ୍ନେୟଗିରି ଉଦ୍‌ଗୀରଣ ‌ପ୍ରଭାବରେ ହାୱାଇ, ଆଲସ୍କା ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ଉପକୂଳ ପାଇଁ ମଧ୍ୟ ସୁନାମି ସତର୍କ ସୂଚନା ଜାରି କରାଯାଇଛି।

ଦେଶରେ ଟିକାକରଣକୁ ପୁରିଲା ବର୍ଷେ । କରୋନା ମହାମାରୀର ସଙ୍କଟ କାଳରେ ଏହି ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୧୫୬ କୋଟି ଟିକା ଦିଆଯାଇଛି । ସେଥିମଧ୍ୟରୁ ୯୦ ପ୍ରତିଶତ ଲୋକ ନେଇଛନ୍ତି ପ୍ରଥମ ଡ଼ୋଜ୍ ଟିକା ସେହିପରି ୬୦ ପ୍ରତିଶତ ଲୋକ ନେଇଛନ୍ତି ଦ୍ୱିତୀୟ ଡ଼ୋଜ୍ ଟିକା । 

କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ତାମିଲନାଡୁରେ ଆଜି ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ରାଜ୍ୟ ସରକାର ଗତ ୯ ତାରିଖ ଠାରୁ ଆଂଶିକ ଲକ୍‌ଡାଉନ୍‌ କରିଥିଲେ। ଏଥି ସହିତ ଷ୍ଟାଲିନ୍‌ ସରକାର କୋଭିଡ-୧୯ ଲକ୍‌ଡଉନ୍‌ କଟକଣା, ରାତ୍ରିକାଳୀନ କର୍ଫ୍ୟୁ ମଧ୍ୟ ବୃଦ୍ଧି କରିଛନ୍ତି। ରାଜ୍ୟରେ ଆଗାମୀ ୩୧ ତାରିଖ ଯାଏଁ କଟକଣା ବଳବତ୍ତର ରହିବ। 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜସ୍ବ ଗ୍ରାମ ମାନ୍ୟତା ଦାବିରେ ଜାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆ ସୁଙ୍ଗୁଡା ଗ୍ରାମବାସୀ ସମୂହ ଭୋଟ ବର୍ଜନ ନିଷ୍ପତ୍ତି

Sun Jan 16 , 2022
ବଡ଼ଚଣା:୧୬/୦୧ /୨୨ ରାଜସ୍ବ ଗ୍ରାମ ମାନ୍ୟତା ଦାବିରେ ଜାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆ ସୁଙ୍ଗୁଡା ଗ୍ରାମବାସୀ ସମୂହ ଭୋଟ ବର୍ଜନ ପାଇଁ ନେଲେ ନିଷ୍ପତ୍ତି ।ଆଜି ଏ ନେଇ ନୂଆ ସୁଙ୍ଗୁଡା ଗ୍ରାମବାସୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଥିଲା । ଦେଖିବାକୁ ଗଲେ ଭୌଗୋଳିକ ଦୃଷ୍ଟିକୋଣରୁ ନୂଆସୁଙ୍ଗୁଡା ଗ୍ରାମ ବେଶ ଗୁରୁତ୍ୱ ବହନ କରୁଛି । ତେଣୁ ରାଜସ୍ବ ଗ୍ରାମ ପାଇଁ ଯାହା ସବୁ ସରକାରୀ […]

You May Like

Pin It on Pinterest