ରାଜସ୍ବ ଗ୍ରାମ ମାନ୍ୟତା ଦାବିରେ ଜାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆ ସୁଙ୍ଗୁଡା ଗ୍ରାମବାସୀ ସମୂହ ଭୋଟ ବର୍ଜନ ନିଷ୍ପତ୍ତି

ବଡ଼ଚଣା:୧୬/୦୧ /୨୨ ରାଜସ୍ବ ଗ୍ରାମ ମାନ୍ୟତା ଦାବିରେ ଜାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆ ସୁଙ୍ଗୁଡା ଗ୍ରାମବାସୀ ସମୂହ ଭୋଟ ବର୍ଜନ ପାଇଁ ନେଲେ ନିଷ୍ପତ୍ତି ।ଆଜି ଏ ନେଇ ନୂଆ ସୁଙ୍ଗୁଡା ଗ୍ରାମବାସୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଥିଲା ।

ଦେଖିବାକୁ ଗଲେ ଭୌଗୋଳିକ ଦୃଷ୍ଟିକୋଣରୁ ନୂଆସୁଙ୍ଗୁଡା ଗ୍ରାମ ବେଶ ଗୁରୁତ୍ୱ ବହନ କରୁଛି । ତେଣୁ ରାଜସ୍ବ ଗ୍ରାମ ପାଇଁ ଯାହା ସବୁ ସରକାରୀ ନିୟମାବଳୀ ରହିଛି ସେ ସବୁ ନୂଆସୁଙ୍ଗୁଡା ଗ୍ରାମରେ ରହିଥିବା ବେଳେ,କାହିଁକି ରାଜସ୍ବ ଗ୍ରାମ ମାନ୍ୟତାରୁ ବାଦ ପଡିଛି ବୋଲି ଗ୍ରାମବାସୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ରାଜସ୍ବ ଗ୍ରାମ ମାନ୍ୟତା ଦାବିରେ ବିଭିନ୍ନ ପ୍ରଶାସନିକ ସ୍ତରରେ ଅଭିଯୋଗ କରାଯାଇ ଥିଲେ ସୁଦ୍ଧା ଆଜି ବି ପଡା ଗ୍ରାମ ହୋଇ ରହିଯାଇଛି । ତେଣୁ ଆଜି ଗ୍ରାମବାସୀମାନେ ଏକତ୍ରିତ ହୋଇ ସାମ୍ବାଦିକ ସମିଳନୀ ଜରିଆରେ ସରକାରଙ୍କ ନିକଟରେ ନିଜ ଦାବି ରଖିଛନ୍ତି। ଯଦି ନୂଆସୁଙ୍ଗୁଡା ଗ୍ରାମକୁ ରାଜସ୍ବ ଗ୍ରାମ ଘୋଷଣା କରାନଯାଏ ତେବେ ଗ୍ରାମବାସୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ,ପୈଷପୂର୍ଣ୍ଣିମା ଅବସରରେ ୧୬ ତମ ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀ...

Mon Jan 17 , 2022
ତ୍ରିନାଥ ବାରିକ(ପୁରୀ)୧୭/୧: ପୈଷପୂର୍ଣ୍ଣିମା ଅବସରରେ ୧୬ ତମ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ଆଜି ତୀର୍ଥରାଜ ମହୋଦଧିଙ୍କ ନିତ୍ୟ ସନ୍ଧ୍ୟା ଆରତୀ ପୁରୀ ସ୍ବର୍ଗଦ୍ବାର ବେଳାଭୂମିରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଇଛି।ପୁରୀ ଗୋବର୍ଦ୍ଧନ ମଠ ପକ୍ଷରୁ ପ୍ରତିଦିନ ଏହି ମହୋଦଧି ଆଳତୀ ଅନୁଷ୍ଠିତ ହେଇଥାଏ।ଆଜି ଏହାର ବାର୍ଷିକ ଉତ୍ସବ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମେତ ରାଜ୍ୟପାଳ ଗଣେଶୀ […]

You May Like

Breaking News

Pin It on Pinterest