
ତ୍ରିନାଥ ବାରିକ(ପୁରୀ)୧୭/୧: ପୈଷପୂର୍ଣ୍ଣିମା ଅବସରରେ ୧୬ ତମ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ଆଜି ତୀର୍ଥରାଜ ମହୋଦଧିଙ୍କ ନିତ୍ୟ ସନ୍ଧ୍ୟା ଆରତୀ ପୁରୀ ସ୍ବର୍ଗଦ୍ବାର ବେଳାଭୂମିରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଇଛି।ପୁରୀ ଗୋବର୍ଦ୍ଧନ ମଠ ପକ୍ଷରୁ ପ୍ରତିଦିନ ଏହି ମହୋଦଧି ଆଳତୀ ଅନୁଷ୍ଠିତ ହେଇଥାଏ।ଆଜି ଏହାର ବାର୍ଷିକ ଉତ୍ସବ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି ।
ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମେତ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଶ୍ରୀ ଉମାଭାରତୀ ଓ ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସାଧୁସନ୍ଥ ଉପସ୍ଥିତ ରହି ଧାର୍ମିକ ଜ୍ଞାନ ବାର୍ତ୍ତା ସହ ଦିବ୍ୟ ସନ୍ଦେଶ ଭକ୍ତ ଜନଙ୍କୁ ଦେଉଛନ୍ତି। ବିଶ୍ୱର କଲ୍ୟାଣ ଓ ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ଆଳତୀ କରାଯାଉଛି।ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏହି ଆଳତୀ କରିଥିଲେ,ଏହା ସନ୍ଧ୍ୟା ସାଢେ ଛଅଟାରେ ମହଦଧି ଆରତୀ ଆରମ୍ଭ କରାଯାଇଥିଲା ।