ବିଜେପି ସମର୍ଥିତ ସରପଂଚ ପ୍ରାର୍ଥୀନୀଙ୍କ ନାମ ଭୋଟର ତାଲିକାରୁ କାଟାଯିଵା ନେଇ ବ୍ଲକ କାର୍ଯ୍ୟଳୟ ଆଗରେ ଆନ୍ଦୋଳନ କଲେ ପଂଚାୟତ ବାସୀ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୮/୦୧/୨୦୨୨ ଚାନ୍ଦବାଲି ବ୍ଲକ ଆରଡ଼ି ପଂଚାୟତର ବିଜେପି ଦଳର ସମର୍ଥୀତ ମହିଳା ସରପଂଚ ପାର୍ଥୀନୀ ସସ୍ମିତା ପାଢ଼ୀଙ୍କ ସହ ତାଙ୍କ ସ୍ବାମୀ ଶମର ପାଢ଼ୀଙ୍କ ପରିବାରର ୪୦ ଜଣ ଭୋଟରଙ୍କ ନାମ ଭୋଟର ତାଲିକାରେ ଉଦ୍ଦେଶ୍ୟ ମୂଳକ ଭାବେ କଟାଯିବା ନେଇ ଆଜି ବିଜେପି ଦଳ ପକ୍ଷରୁ ବିଡ଼ିଓଙ୍କୁ ଦାବୀ ପତ୍ର ପ୍ରଦାନ କରିଯିବା ସହ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ।

ଗତ ସାଧାରଣ ନିର୍ବାଚନରେ ମହିଳା ପ୍ରାର୍ଥୀନୀ ଭୋଟ ଦେଇଥିବା ବେଳେ ତାଙ୍କ ନାମ ଅନ ଲାଇନରେ ଥିବାବେଳେ ଭୋଟର ତାଲିକାରେ ନାମ ନାହିଁ । ଏଥୁନେଇ ଅଭିଯୋଗକାରୀଙ୍କ ପକ୍ଷରୁ ଏହି ଘଟଣାରେ ଜିଲ୍ଲାପାଳ, ନିର୍ବାଚନ କମିସନର, ବିଡ଼ିଓଙ୍କୁ ଲିଖତ ଅଭିଯୋଗ ପରେ ମଧ୍ୟ ତାଙ୍କର ନାମ ଭୋଟର ତାଲିକାରେ ଯୋଡ଼ା ଯାଇନାହିଁ ।

ଏଥ ସହ ଆରଡ଼ି ପଂଚାୟତରେ ୯ ନମ୍ବର ୱାର୍ଡ଼ରେ ୫୦ ଜଣ ଭୋଟରଙ୍କ ନାମ କଟା ଯାଇଥିବାବେଳେ ପ୍ରତି ୱାଡ଼ରେ ୫ ରୁ୧୦ ଜଣ ଭୋଟରଙ୍କ ନାମ କଟାଯାଇଛି । ଏଥୁନେଇ ଦଳ ପକ୍ଷରୁ ଆଜି ଯିଦ ନାମ ଯୋଡ଼ା ନଯାଏ ତେବେ ଦଳ ପକ୍ଷରୁ ଆମରଣ ଅନସନକୁ ଉଲ୍ଲାଇବ ବୋଲି ଚେତାବନୀ ଦେଇଛି ବିଜେପି ଦଳ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦିନକୁ ଦିନ ଗୁରୁତର ହେବାରେ ଲାଗିଛି କ୍ରନିକ୍ କିଡନୀ ଡିଜିଜ, CKD ରୁ ମୁକ୍ତି ପାଇବା ପାଇଁ ଏହି ୫ ଟି ଉପାୟ ଅନୁସରଣ କରନ୍ତୁ...

Tue Jan 18 , 2022
ବାସ୍ତବବ୍ୟୁରୋ:କିଡନୀ ସମ୍ବନ୍ଧୀୟ ସମସ୍ୟା କେବଳ ଜଣେ ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟକଳାପକୁ ପ୍ରଭାବିତ କରିପାରେ ନାହିଁ, ବରଂ ଏହା ବ୍ୟକ୍ତିର ଶାରୀରିକ ଦକ୍ଷତା ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ | ବ୍ୟାଖ୍ୟା କର ଯେ ବୃକକ୍ ର କାର୍ଯ୍ୟ ହେଉଛି ଆମ ଶରୀରରେ ରକ୍ତ ଫିଲ୍ଟର୍ କରିବା | ଏପରି ପରିସ୍ଥିତିରେ, କିଡନୀ ସହିତ ଜଡିତ ସମସ୍ୟା ରକ୍ତ ଫିଲ୍ଟର ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ | ଏହିପରି ଗୋଟିଏ ସମସ୍ୟା […]

You May Like

Pin It on Pinterest