
ସୁବର୍ଣ୍ଣପୁର (ନମୋ ଗୁରୁ):୧୯/୦୧/୦୨୨ ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କଳାବଜାରୀ ଏବଂ ବେଆଇନ ଚାଲାଣ କୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସମୁଚିତ ପଦକ୍ଷେପ ନେଇଛି l ଏଥିପାଇଁ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଙ୍କ ନିର୍ଦ୍ଧେଶ କ୍ରମେ ପ୍ରତି ବ୍ଲକ ଏବଂ ତହସିଲ ଅଂଚଳରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠିତ ହୋଇଛି l ଏହି କ୍ରମରେ ଗତକାଲି ରାତି ରେ ରାମପୁର ତହସିଲଦାର ଶ୍ରୀଯୁକ୍ତ ପୁରୁଷୋତ୍ତମ ମିର୍ଦ୍ଧା ଙ୍କ ନେତୃତ୍ୱରେ ଡୁଙ୍ଗୁରିପାଲି ଆଞ୍ଚଳିକ ବଜାର କମିଟି ର ସମ୍ପାଦକ ଉଦିତ କୁମାର ବାବୁ ଏବଂ ସହକର୍ମୀ ମାନଙ୍କୁ ନେଇ ଏକ ସ୍କ୍ୱାର୍ଡ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାମପୁର ଡୁଙ୍ଗୁରିପାଲି ରାସ୍ତା ର ପିପିଲିପାଲି ଠାରେ OD.15. B .4759 ନମ୍ବର ଥିବା ଧାନ ବୋଝେଇ ଟ୍ରକ କୁ ଯାଞ୍ଚ କରିଥିଲେ l
ଏହି ଟ୍ରକ ରେ ୧୨୦.୩୦ କୁଇଣ୍ଟାଲ ଓଜନର ୩୩୬ ବସ୍ତା ଧାନ ବୌଦ୍ଧ ଜିଲ୍ଲା ର କଣ୍ଟାମାଳ ଅଂଚଳରୁ କୌଣସି ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ଚାଲାଣ ହେଉଥିଲା l ଡ୍ରାଇଭର ଗୋବିନ୍ଦ ଗିରି କୁ ଧାନ ଚାଲାଣ ସମ୍ବଦ୍ଧିୟ କାଗଜ ପତ୍ର ଯାଞ୍ଚ କରିବା ପାଇଁ ମାଗିବାରୁ ସେ ତାହା ଦେଖାଇ ପାରି ନ ଥିଲା l ସେଥିପାଇଁ ଏହି ଧାନ କୁ ବେନିୟମ ଭାବରେ ଅନ୍ୟତ୍ର ନିଆଯାଉଥିବାର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା ଏବଂ ନିୟମ ମୁତାବକ ଡୁଙ୍ଗୁରିପାଲି ଯୋଗାଣ ନିରୀକ୍ଷକ ଙ୍କୁ ଏହି ବ୍ୟାଜାପ୍ତ ଧାନ କୁ ହସ୍ତାନ୍ତର କରାଯାଇ ବ୍ୟାଜାପ୍ତ ଚୋରା ଧାନ କୁ ଡୁଙ୍ଗୁରିପାଲି ର ଉମାଶଙ୍କର ରାଇସମିଲରେ ଜିମା ରେ ରଖାଯାଇଛି ବୋଲି ତହସିଲଦାର ରାମପୁର ଶ୍ରୀ ମିର୍ଦ୍ଧା ସୂଚନା ଦେଇଛନ୍ତି l