ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୩୬୮ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୭ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୭୭୪୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୮୩୪୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୮୦୫୬୨ଜଣ ସୁସ୍ଥ ହୋଇଛନ୍ତି ।
ଶୁକ୍ରବାରଠୁ କୁହୁଡି କମିବା ସହ ବର୍ଷାରେ ଭିଜିବ ଓଡିଶା । ସମ୍ଭାବ୍ୟ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି ।
ବାଲେଶ୍ୱର ଚାନ୍ଦିପୁର ଆଇଟିସିଏମ୍ କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସ ମିସାଇଲ୍ ପରୀକ୍ଷଣ ସଫଳ । ପୂର୍ବାହ୍ନ ୧୦ ଟା ୩୫ ମିନିଟରେ ୩ ନମ୍ବର ଲଞ୍ଚପ୍ୟାଡରୁ ହୋଇଥିଲା ପରୀକ୍ଷଣ । ଆଇଟିସିଏମ୍ ସ୍ୱେଦଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ ବାଲିଷ୍ଟିକ୍ ମିସାଇଲ୍ ବ୍ରହ୍ମୋସ ର ଲକ୍ଷ୍ୟଭେଦ କ୍ଷମତା ୧୦୦୦ କିମି ପର୍ଯ୍ୟନ୍ତ । ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ ଏହି ମିସାଇଲ ।
ଫୋର୍ବସ୍ ଇଣ୍ଡିଆ’ଦ୍ବାରା ପ୍ରକାଶିତ ୨୦୨୧ ବର୍ଷରେ ଭାରତର ‘ଗ୍ରେଟ୍ ପିପୁଲ୍ ମ୍ୟାନେଜର୍’ ଭାବେ ତାଲିକାଭୁକ୍ତ ହୋଇଥିବା ୧୦୦ଜଣ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ୨ଜଣ ବିଶିଷ୍ଟ ବ୍ୟକ୍ତି। ସେ ଦୁଇଜଣ ହେଉଛନ୍ତି ଦିବ୍ୟଜ୍ୟୋତି ପଟ୍ଟନାୟକ ଏବଂ ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧୭୫୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୧ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୩ କୋଟି ୭୦ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୯୨୪୦୫୧ ସକ୍ରିୟ ମାମଲା ରହିଛି ଏବଂ ୩୫୮୦୭୦୨୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୪୮୭୬୯୩ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
୨୦୨୧-୨୨ ବର୍ଷ ପାଇଁ ‘ନିଟ୍’ ଅଣ୍ଡର୍ଗ୍ରାଜୁଏଟ୍ ଏବଂ ପୋଷ୍ଟ୍ଗ୍ରାଜୁଏଟ୍ ନାମଲେଖାରେ ‘ଅନ୍ୟାନ୍ୟ ପଛୁଆ ବର୍ଗ’ଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ଆଜି ସୁପ୍ରିମ୍ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଜାନୁଆରି ୭ରେ ସୁପ୍ରିମ୍ କୋର୍ଟ ଜାରି କରିଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶରେ ୨୦୨୧-୨୨ ‘ନିଟ୍-ପିଜି’ ନାମଲେଖା ପାଇଁ ୨୭% ‘ଓବିସି’ ଏବଂ ୧୦% ‘ଇଡବ୍ଲୁଏସ୍’ କ୍ବୋଟାର ବୈଧ୍ୟତାକୁ କାଏମ୍ ରଖିଥିଲେ।
ଆଜି ଭର୍ଚ୍ୟୁଆଲ୍ ଭାବେ ‘ଆଜାଦି କା ଅମ୍ରିତ୍ ମହୋତ୍ସବ’ ପ୍ରତି ନିବେଦିତ ‘ବ୍ରହ୍ମାକୁମାରୀ’ମାନେ ଆୟୋଜନ କରିଥିବା କାର୍ଯ୍ୟକ୍ରମ ‘ଆଜାଦି କେ ଅମ୍ରିତ୍ ମହୋତ୍ସବ୍ ସେ ସ୍ବର୍ଣ୍ଣିମ୍ ଭାରତ୍ କେ ଔର୍’ ଉଦ୍ଘାଟନ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବ୍ରହ୍ମା କୁମାରୀ ଏବଂ ଅନ୍ୟ ଆନ୍ତର୍ଜାତିକ ସଙ୍ଗଠନ ସବୁ ଭାରତ ବିରୋଧୀ ପ୍ରଚାର ମୁକାବିଲା କରିବାକୁ ସମର୍ଥ। ସେ କହିଛନ୍ତି, ବିଭିନ୍ନ ରାଷ୍ଟ୍ରରେ ଲୋକମାନଙ୍କୁ ସଠିକ୍ ସୂଚନା ଦିଆଯାଉଛି ବୋଲି ଆପଣମାନେ ସୁନିଶ୍ଚିତ ହେବା ଉଚିତ। ଭାରତ ବିରୋଧରେ ପ୍ରଚାର ହେଉଥିବା ଗୁଜବ ବିରୋଧରେ ଲଢ଼ିବା ଦାୟିତ୍ବ ଆମ ସମସ୍ତଙ୍କ ଉପରେ ନ୍ୟସ୍ତ।
ଇଣ୍ଡୋନେସିଆର ରାଜଧାନୀ ଜାକର୍ତା ସମୁଦ୍ରରେ ବୁଡ଼ିଯାଉଥିବାରୁ ଦେଶର ରାଜଧାନୀକୁ ନୁସଂତାରାକୁ ଉଠାଇ ନେବା ପାଇଁ ମଙ୍ଗଳବାର ଦିନ ଇଣ୍ଡୋନେସୀୟ ପାର୍ଲାମେଣ୍ଟ୍ ଆଇନ ପାସ୍ କରିଛି। ଦୀର୍ଘ ବର୍ଷ ଧରି ବିଚାରବିମର୍ଶ କରିବା ପରେ ଦେଶର ନେତାମାନେ ଏଭଳି ଉଲ୍ଲେଖନୀୟ ନିଷ୍ପତ୍ତି ଗ୍ରହଣ କରିଛନ୍ତି।