ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ନେତାଜୀଙ୍କ ଜୀବନକୁ ନେଇ ୧୫ଟି ଭାସ୍କର୍ଯ୍ୟ କଳାକୃତି ପ୍ରଦର୍ଶନ ….

ଦୀପକ ବେଉରା(କଟକ): ଆଜି ଦେଶ ପାଳନ କରୁଛି ଭାରତ ମାତାର ସୁଯୋଗ୍ୟ ତଥା ଅତ୍ୟତମ ଯୋଗ୍ୟ ସନ୍ତାନ,ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ।ଏଥିପାଇଁ ଦେଶବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ, ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ।

ଆଜି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କଟକ ଜିଲାପାଳ ଭବାନୀ ଶଙ୍କର ଚୟନି, ବାରବାଟୀ କଟକ ବିଧାୟକ ଇଂ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।

୧୮୯୭ ମସିହା ଜାନୁଆରି ୨୩ ତାରିଖ ଦିନ ଆଜିର ଦିନରେ ନେତାଜୀ କଟକ ଓଡ଼ିଆ ବଜାରଠାରେ ଥିବା ଜାନକୀନଥ ଭବନ ତଥା ଆଜିର ନେତାଜୀ ସଂଗ୍ରହାଳୟରେ ଜନ୍ମ ଗ୍ରହଣ କରିଥିଲେ । ନେତାଜୀ ଜନ୍ମସ୍ଥାନ ସଂଗ୍ରହଳୟରେ ଏହି ଅବସରରେ ନେତାଜୀଙ୍କ ଜୀବନକୁ ନେଇ ୧୫ଟି ଭାସ୍କର୍ଯ୍ୟ କଳାକୃତି ପ୍ରଦର୍ଶନ କରାଯାଉଛି। ତେବେ କୋଭିଡ କଟକଣା ଲାଗିଥିବାରୁ ସାଧାରଣ ଦର୍ଶନାର୍ଥୀଙ୍କୁ ଗ୍ୟାଲେରି ପରିଦର୍ଶନ ମନା ଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓମିକ୍ରନ୍ ର ଆଶ୍ଚର୍ଯ୍ୟକର ଲକ୍ଷଣ, ଶରୀରର ଏହି ନିର୍ଦ୍ଦିଷ୍ଟ ଅଙ୍ଗ ନଷ୍ଟ ହୋଇପାରେ...

Sun Jan 23 , 2022
ଓମିକ୍ରନ୍ ସଂକ୍ରମଣ ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି | ଜୀବାଣୁର ଡେଲଟା ଭାରିଆଣ୍ଟ ପରେ, ଓମିକ୍ରନ୍ ବର୍ତ୍ତମାନ ଏକ ପ୍ରମୁଖ ଭାରିଆଣ୍ଟରେ ପରିଣତ ହୋଇଛି ଯେଉଁଥିପାଇଁ ଲୋକମାନେ ସଂକ୍ରମିତ ହେଉଛନ୍ତି | ଏହି ଭାରିଆଣ୍ଟ ସର୍ବନିମ୍ନ ସମ୍ପର୍କ ରେ ଶୀଘ୍ର ବିସ୍ତାର କରିବାକୁ ଜଣାଶୁଣା | ଯଦିଓ ଓମିକ୍ରନ୍ ହେତୁ ସଂକ୍ରମଣର ଅଧିକ ଗୁରୁତର ଘଟଣା ହୋଇନାହିଁ, ଏହି ପ୍ରକାରଟି ଲୋକଙ୍କୁ ଅସୁରକ୍ଷିତ କରିଦେଉଛି | ଏବଂ ସବୁଠାରୁ ଖରାପ […]

You May Like

Pin It on Pinterest