୧-କେନ୍ଦ୍ରାପଡ଼ାର ଜନମାନସର ପ୍ରତୀକ, ପ୍ରଖ୍ୟାତ ସମାଜବାଦୀ ନେତା, ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ନିର୍ଭୀକ, ନିଷ୍ଠାପର, ସଚ୍ଚୋଟ, ସତ୍ୟବାଦୀ, ସଂଗ୍ରାମୀ ବରପୁତ୍ର ସର୍ବମାନ୍ୟ ଜନନେତା ଭାଗବତ ପ୍ରସାଦ ମହାନ୍ତି, ଗତକାଲି ରାତିରେ 93 ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । କେନ୍ଦ୍ରାପଡ଼ା କଜଳl ଠାରେ ସେ ନିଜେ ନିର୍ମାଣ କରିଥିବା ଶ୍ମଶାନ ( ସ୍ୱର୍ଗଦ୍ୱାର ) ଠାରେ, ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ କରାଯିବ ।
୨-ଦାରିଙ୍ଗବାଡିରେ ପାରଦ ୬.୫ ଡିଗ୍ରୀ,ଆଜିଠୁ ଶୀତ ପ୍ରକୋପ କମିବ।
୩-ଆଜି ଦ୍ଵିତୀୟ ଟି-୨୦, ଶୃଙ୍ଖଳା ବିଜୟ ଉପରେ ଭାରତର ନଜର।
୪-ଏଥର ଗାଡି କିଣିଲା ବେଳେ ପ୍ରତ୍ୟେକ ଆରସି ବୁକରେ ରହିବ ମାଲିକଙ୍କ ମୋବାଇଲ ନମ୍ବର।
୫-‘ମୋ ସରକାର’ ରିପୋର୍ଟ ଅଧାରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୬ ଜିଲ୍ଲାର (ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସୋନପୁରରେ ) ସ୍ୱାସ୍ଥ୍ୟ ଭିତ୍ତିଭୂମିର ହେବ ଉନ୍ନତୀକରଣ।
୬-ଭୁବନେଶ୍ୱର:୨୦୨୦ ମାର୍ଚ୍ଚ ପରଠାରୁ ଅବସର ଦିନ ମିଳିବ ଚୂଡାନ୍ତ ପେନସନ। ଫେବୃଆରୀ ସୁଦ୍ଧା ଇ ସର୍ଭିସ୍ ବୁକ୍ ଅପଡେଟ ପାଇଁ ନିର୍ଦ୍ଦେଶ।
୭-କାଳିଆ ଯୋଜନା ନିୟମାବଳୀରେ ସଂଶୋଧନ ଆଣିଲେ ରାଜ୍ୟ ସରକାର, କ୍ୟାବିନେଟ୍ ମଞ୍ଜୁରୀ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ।
୮-ଓଡ଼ିଶାରେ ରାଷ୍ଟ୍ରପତି,ଆଜି ପାଇକ ବିଦ୍ରୋହ ସ୍ମାରକୀର ଭିତ୍ତି ସ୍ଥାପନ।
୯-ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ବିକ ବିକାଶ ଯୋଜନା: ସୋମବାର ଦିନ ଉତ୍ତର ପଟୁ ଉଚ୍ଛେଦ, ଡ଼ାକବାଜି ରେ ଘୋଷଣା କଲା BMC।
୧୦-ବାରବାଟୀରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ପୋଲିସ ପ୍ରସ୍ତୁତ, ପ୍ରତି ଗ୍ୟାଲେରୀରେ ଖୋଲିବ ହେଲ୍ପ ଡେସ୍କ।
୧୧-ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବରୁଣେଇ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରେ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।