
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୫/୧/୨୦୨୨ ଚାନ୍ଦବାଲି ଥାନା ଅଧୂ ଭୁଇଁବୃତି ଫଚାୟତ ବହଡ଼ିଆ ଗାଁରେଫଚାୟତ ନିର୍ବାଚନକୁ ନେଇ ଦେଖାଦେଇଛି ରାଜନୈତିକ ଗୋଷ୍ଟି ସଂଘର୍ଷ, ବିଜେଡ଼ି କର୍ମୀ ଗୁଣ୍ଡାରାଜ ଚଳାଇବା ସହ ରାତ୍ରୀରେ କରିଛନ୍ତି ମରଣାତ୍ମକ ଆକ୍ରମଣ , ଏହି ଆକ୍ରମଣରେ ଶିକାର ହୋଇଛନ୍ତି ୨ ଜଣ ବିଜେପି କର୍ମୀ ।
ବହଡ଼ିହ ଗାଁରେ ବିଜେପିକର୍ମୀ ଗଣେଷ ଦାସ ଚାନ୍ଦବାଲି ରୁ ନିଜ ଗାଁକୁ ଫେରୁଥିଵା ସମୟରେ ପ୍ରତିପକ୍ଷ ବିଜେଡ଼ିର ୭ ଜଣ କର୍ମୀ ଗଣେଷ ସହ ତାଙ୍କ ଭାଇକୁ ଆକ୍ରମଣ କରିଥିଲେ , ଏହି ଆକ୍ରମଣର ଗଣେଷଙ୍କ ଭାଇ ଆହାତ ହୋଇଥିଵା ବେଳେ ଗଣେଷକୁ ହୋଇଥିଲା ମରଣାତ୍ମକ ଆକ୍ରମଣ | ଗଣେଷଙ୍କ ପରିବାର ଲୋକେ ଗରୁତ୍ବର ଅବସ୍ଥାରେ ଗାଁରୁ ଉଦ୍ଧାର କରି ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ଏହି
ଘଟଣାରେ ଗଣେଷଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିବା ସହ ଗାଁରେ ଉତେଜନାକୁ ଲକ୍ଷ କରି ପୋଲିସ ସଜାଗ ରହିଛି ।