ଭୁବନେଶ୍ୱର, ୨୬/୦୧: ପ୍ରକାଶ ପାଇଲା ଚଳିତ ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ଏହି ପଂଚାୟତ ନିର୍ବାଚନ ରଣାଙ୍ଗନରେ ଭାଗ ନେଇଥିବା ତାଲିକାରେ ୧୨୬ ଜଣ ସରପଞ୍ଚ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଜଣେ ଜିଲ୍ଲା ପରିଷଦ, ଅର୍ଥାତ ଜଣେ ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।
ସେହିପରି ବିନା କୌଣସି ଭୋଟରେ ୩୨୬ ସମିତି ସଭ୍ୟ ପ୍ରାର୍ଥୀ ମଧ୍ୟ ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ୩୬,୫୨୩ ୱାର୍ଡ ମେମ୍ୱର ପ୍ରାର୍ଥୀ ମଧ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।