୭ହଜାର ଟଙ୍କାରେ ଧର୍ମଶାଳାର ଶିଶୁ କନ୍ୟା କେନ୍ଦ୍ରାପଡାରେ ବିକ୍ରି…

ଦେବବ୍ରତ ପଣ୍ଡା(ଯାଜପୁର):ଯାଜପୁର ଜିଲ୍ଲା ଧର୍ମଶାଳାର ଶିଶୁ କନ୍ୟା,୭ହଜାର ଟଙ୍କାରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ବିକ୍ରି। ଏହି ଘଟଣାରେ ଧର୍ମଶାଳା ପୁଲିସ ୫ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଶିଶୁ କନ୍ୟାକୁ ବିକ୍ରି କରିଥିବା ବାପା, ଦୁଇ ଜଣ କ୍ରେତା ଓ ଦୁଇଜଣ ମଧ୍ୟସ୍ଥି ଥିବା ପୁଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ,ଗତ ୨୭ତାରିଖରେ ଧର୍ମଶାଳା ଥାନା ସାନରାଏପଡା ଗ୍ରାମର ନଟ ବେହେରାଙ୍କ ପତ୍ନୀ କାଞ୍ଚନ ବେହେରା ଧର୍ମଶାଳା ଡାକ୍ତରଖାନାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ୨୮ତାରିଖ ଦିନ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ କନ୍ୟାର ବାପା ନବ ଜନ୍ମିତ ଶିଶୁ କନ୍ୟାକୁ ୭ହଜାର ଟଙ୍କାରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅଞ୍ଚଳର ଦମ୍ପତିକୁ ବିକ୍ରି କରିଦେଇଥିଲେ ।

ଏହି ଘଟଣା ଗତକାଲି ପ୍ରଚାରିତ ହେବା ପରେ ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ର ଘଟଣାର ତଦନ୍ତ କରିଥିଲା । ଏନେଇ ବିଭାଗ ପକ୍ଷରୁ କୋତପୁର ଫାଣ୍ଡିରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ତେବେ ଗତକାଲି ରାତିରେ ବିକ୍ରି ଶିଶୁ କନ୍ୟାଟିକୁ ଉଦ୍ଧାର କରାଯିବା ସହ ଆଜି ଏହି ଘଟଣାରେ ସଂପୃକ୍ତ ଥିବା ୫ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମହାକାଳପଡା ଅଂଚଳର ଦମ୍ପତି କୈଳାସ ବାରିକ ଓ ସସ୍ମିତା ବାରିକ, ମଧ୍ୟସ୍ଥତା କରିଥିବା ଅଙ୍ଗନୱାଡି କର୍ମୀ ପ୍ରଭାସିନୀ ଦାସ ଏବଂ ତାଙ୍କ ଭାଇ ଦୀପକ ଦାସଙ୍କ ସମେତ ଶିଶୁ କନ୍ୟାର ବାପା ନଟବର ବେହେରା ରହିଥିବା ପୁଲିସ ସୂଚନା ଦେଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଛତିଶଗଡର ସୁକମା ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବନିମୟ ଜଣେ ମାଓବାଦୀ ମୃତ...

Sun Jan 30 , 2022
ପ୍ରଭାତ ସାହା(ମାଲକାନଗିରି): ଛତିଶଗଡର ସୁକମା ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବନିମୟ । ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡିଛି। ଆଜି ୨୦୧ ଡିଆରଜି ଯବାନ ଚିନ୍ତାଲନାର ଅଂଚଳରେ ସର୍ଚ୍ଚ ଅପରେସନରେ ବାହାରିଥିଲେ। ତେବେ ଚିନ୍ତାଲନାର ନିକଟରେ ରହିଥିବା ତିମାପୁରମ ଜଂଗଲରେ ନକ୍ସଲ ପୂର୍ବରୁ ଆମ୍ବୁସ ଲଗାଇ ବସିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ନିଜକୁ ସୁରକ୍ଷିତ କରି ନକ୍ସଲ ଉପରେ […]

You May Like

Pin It on Pinterest