ଛତିଶଗଡର ସୁକମା ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବନିମୟ ଜଣେ ମାଓବାଦୀ ମୃତ…

ପ୍ରଭାତ ସାହା(ମାଲକାନଗିରି): ଛତିଶଗଡର ସୁକମା ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବନିମୟ । ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡିଛି। ଆଜି ୨୦୧ ଡିଆରଜି ଯବାନ ଚିନ୍ତାଲନାର ଅଂଚଳରେ ସର୍ଚ୍ଚ ଅପରେସନରେ ବାହାରିଥିଲେ। ତେବେ ଚିନ୍ତାଲନାର ନିକଟରେ ରହିଥିବା ତିମାପୁରମ ଜଂଗଲରେ ନକ୍ସଲ ପୂର୍ବରୁ ଆମ୍ବୁସ ଲଗାଇ ବସିଥିଲେ।

ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ନିଜକୁ ସୁରକ୍ଷିତ କରି ନକ୍ସଲ ଉପରେ ଗୁଳି ଚଳାଇଥିଲେ। ଦୀର୍ଘ ଅଧଘଣ୍ଟା ଧରି ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପରେ ନକ୍ସଲ ଜଂଗଲରେ ଛତ୍ରଭଙ୍ଗ ଦେଇଥିଲେ। ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମାଓବାଦୀର ମୃତ ଦେହକୁ ଉଦ୍ଧାର କରିଥିଲେ। ଏଥିସହ ଘଟଣାସ୍ଥଳରେ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ କରିଥିଲେ।ବର୍ତ୍ତମାନ ମଧ୍ୟ ଯବାନ ଏହି ଅଂଚଳରେ ସର୍ଚ୍ଚ ଅପରେସନ ଜୋରଦାର କରୁଥିବା ଏସପି ସୁନିଲ ଶର୍ମା ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବସ୍ତା ବିଡ଼ିଓଙ୍କ ମହାନତା ଦୁର୍ଘଟଣାର ଶୀକାର ହୋଇଥିବା ଅଜଣା ବ୍ୟକ୍ତିଙ୍କୁ ନିଜ ଗାଡିରେ ଡାକ୍ତରଖାନାକୁ ନେଲେ...

Sun Jan 30 , 2022
ନବୀନ ସାହୁ(ଜଳେଶ୍ୱର):୩୦/୦୧-ବସ୍ତା ବିଡ଼ିଓ ଜ୍ଞାନ ରଞ୍ଜନ ସାହୁଙ୍କ ମହାନତା ଏବେ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି ।ଦୁର୍ଘଟଣାର ଶୀକାର ହୋଇଥିବା ଵ୍ୟକ୍ତିକୁ ଜାତୀୟ ରାଜପଥରୁ ଉଦ୍ଧାର କରି ନିଜ ସରକାରୀ ଗାଡିରେ ଡାକ୍ତରଖାନାକୁ ନେଇ ମହାନତା ଦେଖାଇଛନ୍ତି ବିଡ଼ିଓ । ଖବର ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧିନସ୍ଥ ୬୦ ନମ୍ବର ଜାତୀୟ ରାଜପଥର ଜୁଣ ବଳଦା ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କର ଦୁର୍ଘଟଣା ହୋଇଥିଲା। ସେହି ସମୟରେ […]

You May Like

Pin It on Pinterest