ବସ୍ତା ବିଡ଼ିଓଙ୍କ ମହାନତା ଦୁର୍ଘଟଣାର ଶୀକାର ହୋଇଥିବା ଅଜଣା ବ୍ୟକ୍ତିଙ୍କୁ ନିଜ ଗାଡିରେ ଡାକ୍ତରଖାନାକୁ ନେଲେ…

ନବୀନ ସାହୁ(ଜଳେଶ୍ୱର):୩୦/୦୧-ବସ୍ତା ବିଡ଼ିଓ ଜ୍ଞାନ ରଞ୍ଜନ ସାହୁଙ୍କ ମହାନତା ଏବେ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି ।ଦୁର୍ଘଟଣାର ଶୀକାର ହୋଇଥିବା ଵ୍ୟକ୍ତିକୁ ଜାତୀୟ ରାଜପଥରୁ ଉଦ୍ଧାର କରି ନିଜ ସରକାରୀ ଗାଡିରେ ଡାକ୍ତରଖାନାକୁ ନେଇ ମହାନତା ଦେଖାଇଛନ୍ତି ବିଡ଼ିଓ ।

ଖବର ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧିନସ୍ଥ ୬୦ ନମ୍ବର ଜାତୀୟ ରାଜପଥର ଜୁଣ ବଳଦା ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କର ଦୁର୍ଘଟଣା ହୋଇଥିଲା। ସେହି ସମୟରେ ସରକାରୀ ଗାଡ଼ିରେ ଫେରୁଥିଲେ ବସ୍ତା ବିଡ଼ିଓ ଜ୍ଞାନ ରଞ୍ଜନ ସାହୁ ।ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ବିଡ଼ିଓ ଗୁରୁତର ଅବସ୍ଥାରେ ତାଙ୍କ ସରକାରି ଗାଡ଼ିରେ ନେଇ ବସ୍ତା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକତ୍ସା କରାଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ତୃତୀୟ ତରଙ୍ଗର ଶିଖର ଛୁଇଁ ସାରିଛି ! ଏବେ କରୋନା ତଳମୁଁହା- ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ....

Mon Jan 31 , 2022
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ଲଗାତାର ନଅ ଦିନ ଧରି ଦେଶରେ କରୋନା ସଂକ୍ରମଣର ନୂଆ ମାମଲା କମ୍ ରହିଛି | ଜାନୁଆରୀ ୨୧ ରେ ଏକ ରେକର୍ଡ ୩ .୪୭ ଲକ୍ଷ ନୂତନ ସଂକ୍ରମଣ ରିପୋର୍ଟ କରାଯାଇଥିଲା, ସେହି ଦିନଠାରୁ ନୂତନ ସଂକ୍ରମଣ ହ୍ରାସ ପାଉଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ତୃତୀୟ ତରଙ୍ଗର ଶିଖର ଅତିକ୍ରମ କରିସାରିଛି ଏବଂ ଏହା ଧୀରେ ଧୀରେ ଶେଷ ହେବାକୁ ଯାଉଛି। ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ […]

You May Like

Pin It on Pinterest