ଭାରତୀୟ ରେଳବାଇ ପକ୍ଷରୁ ଓଡିଶା ସରକାରଙ୍କ ପାଇଁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ସ୍ୱତନ୍ତ୍ର ଟ୍ରେନ

ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତା କାଲି (୧୩ ଡିସେମ୍ବର) ଦିନ ବାଲେଶ୍ୱର ଓ ହରିଦ୍ୱାର ମଧ୍ୟରେ ଏକ ବରିଷ୍ଠ ନାଗରିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଅଛି I ଓଡିଶା ସରକାରଙ୍କ ସହାୟତାରେ ଉତ୍ତର ଓଡ଼ିଶାର ବରିଷ୍ଠ ନାଗରିକଙ୍କ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ ତୀର୍ଥ ଭ୍ରମଣ ପାଇଁ ସହାୟକ ହେବ I

୦୮୪୧୫/୦୮୪୧୬ ଭୁବନେଶ୍ୱର-ହରିଦ୍ୱାର-ଭୁବନେଶ୍ୱର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ସ୍ୱତନ୍ତ୍ର ଟ୍ରେନ ବାଲେଶ୍ୱର ଠାରୁ ଆସନ୍ତାକାଲି ପୂର୍ବାହ୍ନ ୧୧ଘ.୪୫ମି.ରେ ଛାଡି ହରିଦ୍ୱାର ଠାରେ ତା ପରଦିନ ରାତ୍ର ୧୦ଘ.୧୫ମି.ରେ ପହଞ୍ଚିବ I ଫେରିବା ବାଟରେ ଏହି ଟ୍ରେନ ହରିଦ୍ୱାର ଠାରୁ ଡିସେମ୍ବର ୧୬ ତାରିଖ ଦିନ ରାତ୍ର ୧୦ ଘଟିକାରେ ଛାଡି ବାଲେଶ୍ୱର ଠାରେ ଡିସେମ୍ବର ୧୮ ତାରିଖ ପୂର୍ବାହ୍ନ ୧୦ ଘ.୧୫ମି.ରେ ପହଞ୍ଚିବ I

ଏହି ତୀର୍ଥ ସ୍ୱତନ୍ତ୍ର ଟ୍ରେନ ହିଜୀଲୀ-ଆଦ୍ରI-ଗୋମୋ-ପଣ୍ଡିତ ଦିନଦୟାଲ ଉପାଧ୍ୟାୟ-ବାରଣାସୀ-ଲକ୍ଷ୍ନୋ ଓ ମୋରାଦIବାଦ ମାର୍ଗରେ ଚଳାଚଳ କରିବାକୁ ଥିବାବେଳେ ଏଥିରେ ୧୫ଟି ସ୍ଲିପର କ୍ଲାସ, ୨ଟି ଗାର୍ଡ ଭ୍ୟାନ ଓ ଗୋଟିଏ ପ୍ୟାଣ୍ଟ୍ରି କାର ଉପଲବ୍ଧ ଅଛି I

ଓଡିଶା ରାଜ୍ୟ ସରକାରଙ୍କ ପାଇଁ ଭାରତୀୟ ରେଳବାଇ କ୍ୟାଟେରିଙ୍ଗ ଓ ଟୁରିଜିମ କର୍ପୋରେସନ (ଆଈଆରସିଟିସି) ଚଳାଚଳ କରାଯାଉଥିବାବେଳେ ପୂର୍ବତଟ ରେଳପଥ ପକ୍ଷରୁ ଏଥିପାଇଁ ଆଧାରଭୁକ୍ତ ସୁବିଧା ପ୍ରଦାନ କରାଯାଉଅଛି I ଏହି ସମୟରେ ତୀର୍ଥଯାତ୍ରୀ ମାନେ ବିଭିନ୍ନ ତୀର୍ଥସ୍ଥାନ ଯଥା ହରିଦ୍ୱାର, ମନସାଦେବୀ ମନ୍ଦିର, ହର-କି-ପୌରୀ ସହିତ ହୃଷିକେଶର ରାମଝୁଲା ଓ ଲକ୍ଷ୍ମଣଝୁଲା ଇତ୍ୟାଦି ପରିଦର୍ଶନ କରିବେ I

ବିଭିନ୍ନ ତୀର୍ଥଯାତ୍ରା ପାଇଁ ସାଧାରଣ ଜନତା ଓ ତୀର୍ଥଯାତ୍ରୀମାନେ ଆଈଆରସିଟିସି ୱେବସାଈଟ www.irctctourism.com ରେ ସୂଚନା ପାଇପାରିବା ସହିତ +91 8287932231 ନମ୍ବରରେ ମଧ୍ୟ ଫୋନ ଦ୍ୱାରା ସୂଚନା ସମ୍ବନ୍ଧରେ ଅବଗତ ହେଇପାରିବେ I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Dec 13 , 2019
୧-ଭୁବନେଶ୍ୱର:୫୦ଲକ୍ଷର ଚୋରା ପଲିଥିନ ଜବତ।୫୦ହଜାର ଫାଇନ୍, ଘରମାଲିକକୁ ନୋଟିସ୍। ୨-5T ଅଧିନରେ ଉଚ୍ଚଶିକ୍ଷା ବିଭାଗ: ଶିକ୍ଷକ କରିବେ ୭ଘଣ୍ଟା ଡ୍ୟୁଟି, ଧନୀ ପିଲା ପାଇବେନି ଲାପଟପ୍‌। ୩-କନ୍ଧମାଳରେ ଖୋଲିଲା ବିକାଶର ବାଟ, କିସ୍‌ ଓ ଏମ୍‌ଡିଏଚ୍‌ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ।ବର୍ଷକ ମଧ୍ୟରେ ପ୍ରତିଷ୍ଠା ହେବ କିସ୍‌ର ଶାଖା। ୪-୫T ଅଧିନକୁ ଆସିଲା କୃଷି ବିଭାଗ: କୃଷି ଓ କୃଷକଙ୍କ କାର୍ଯ୍ୟଶୈଳିରେ ଉନ୍ନତି ଆସିବ, ମତାମତ ନେବେ ମୁଖ୍ୟମନ୍ତ୍ରୀ। ୫-ନାଗରିକତା […]

You May Like

Pin It on Pinterest