ଆସନ୍ତା ୭ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜ ଖୋଲିବ- ମୁଖ୍ୟ ଶାସନ ସଚିବ…

.ପ୍ରମୋଦ ନାୟକ(ଭୁବନେଶ୍ବର):୦୩/୦୨-ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଙ୍କ ସୂଚନାନୁଯାଇ,ଆସନ୍ତା ୭ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜ ଖୋଲିବ। କୋଭିଡ୍‌ କଟକଣାକୁ କଠୋର ଭାବେ ପାଳନ କରାଯାଇ ସ୍କୁଲ ଏବଂ କଲେଜ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ୭ ତାରିଖରୁ ୮ମ ଶ୍ରେଣୀରୁ ଉପରକୁ ସବୁ ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ମଧ୍ୟ ଖୋଲାଯିବ । ଏହା ସହିତ ଖୋଲିବ ରାଜ୍ୟର ସମସ୍ତ ପ୍ରଶିକ୍ଷଣ ଅନୁଷ୍ଠାନ ।

ଏହା ପରେ ଅର୍ଥାତ ଫେବୃଆରୀ ୧୪ ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ କ୍ଳାସ, ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ଆରମ୍ଭ ହେବ ।ହେଲେ ଛାତ୍ରଛାତ୍ରୀ ମାନେ ନିଜ ପସନ୍ଦ ମୁତାବକ ମାଧ୍ୟମ ବାଛିପାରିବେ । ରାଜ୍ୟରେ କୋଭିଡ୍‌ ସ୍ଥିତି ପରଖିବା ପରେ ଏପରି ନିଷ୍ପତ୍ତି ରାଜ୍ୟ ସରକାର ନେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ତୃତୀୟ ସ୍ୱାମୀର ବିଶ୍ୱାସ ଜିତିବା ପାଇଁ ଦ୍ୱିତୀୟ ବିବାହରୁ ଜନ୍ମିତ ଝିଅକୁ ଜୀବନ୍ତପୋଡ଼ି ଦେଲା ଜୟା ଲକ୍ଷ୍ମୀ...

Thu Feb 3 , 2022
ମା’ ନିଜ ପିଲାଙ୍କ ପାଇଁ ସବୁକିଛି କରିପାରେ,ପି ପାରେ ହଳାହଳ ବିଷ ,ଲଙ୍ଘଇ ପାରେ ସାତ ସମୁଦ୍ର |ହେଲେ ଆମ୍ୱେଆଜି ଏକ ରାକ୍ଷସୀ ମାତ୍ର କାହାଣୀ କହୁଛୁ,ପଢିଲେ ଆପଣଂକରବି ନାରୀମାନଙ୍କ ଉପରୁ ଆସ୍ଥା ତୁଟିଯିବ | ଜଣେ ୩୮ ବର୍ଷ ବୟସ୍କା ମହିଳା ନିଜ ପ୍ରେମକୁ ପ୍ରମାଣ କରିବା ପାଇଁ ନିଜ ଝିଅକୁ ଜାଳି ଦେଇଛି | ମହିଳା ଜଣକ ତୃତୀୟ ଥର ବିବାହ କରିଥିଲେ ଏବଂ ଦ୍ୱିତୀୟ ବିବାହରୁ […]

You May Like

Pin It on Pinterest