ଧାନ ଚୋରା ଚାଲାଣ ରୋକିବାକୁ ଜିଲ୍ଲା ପ୍ରଶାସନର ଦୃଢ଼ ପଦକ୍ଷେପ…

ନାମୋଗୁରୁ(ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲାରେ ଧାନ ର ଚୋରା ଚାଲାଣ ରୋକିବା ପାଇଁ ଯୋଗାଣ ବିଭାଗ ତରଫରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି I ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଯୋଗାଣ ବିଭାଗ ଏକଜୁକୁଟିକ ମାଜିଷ୍ଟ୍ରେଟ ମାନଙ୍କ ସହାୟତାରେ ସନ୍ଦେହାଷ୍ପଦ ଭାବରେ ଜିଲ୍ଲା ରେ ପ୍ରବେଶ କରୁଥିବା ଧାନ ଗାଡ଼ି ମାନଙ୍କ ଉପରେ ତିକ୍ଷ୍ଣ ନଜରର ରଖି ଚଢାଉ କରୁଛି I

ଏହି କ୍ରମରେ ସୁବର୍ଣ୍ଣପୁର ସହର ଉପକଣ୍ଠରେ ଥିବା କଳାପଥର ଗ୍ରାମ ନିକଟରେ ଏସିଏସଓ ଶ୍ରୀ ତ୍ରିନାଥ ଭୋଇ, ଯୋଗାଣ ନିରୀକ୍ଷକ ଦେବାଶିଷ ତ୍ରିପାଠୀ, executive magistrate ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ ଙ୍କ ଉପସ୍ଥିତିରେ ଟ୍ରକ ନଂ OD 07H2971 ଉପରେ ଚଢ଼ାଉ କରି ୨୭୨.୧୭ କୁଇଣ୍ଟାଲ ଧାନ ଜବତ କରାଯାଇଛି I ଟ୍ରକ ଟି ନୟାଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି ଏବଂ ଡ୍ରାଇଭର୍ ଗାଡି ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି l

ଯୋଗାଣ ବିଭାଗ ପକ୍ଷରୁ ଏହିଭିଳି ବାରମ୍ବାର ଚଢ଼ାଉ ଫଳରେ ଚୋରା ଧାନ ବେପାରି ମାନଙ୍କ ମନରେ ଛନକା ପଶି ଯାଇଛି l ଜିଲ୍ଲାରେ ଧାନ ର ବ୍ୟବସ୍ଥିତ ବିକ୍ରୀବଟା ପାଇଁ ପ୍ରଶାସନ ଉଚିତ ପଦକ୍ଷେପ ନେବା ସହିତ ଯେପରି ସମସ୍ତ ଚାଷୀ ନିଜର କଷ୍ଟୋପାର୍ଜିତ ଧାନ ସୁବିଧାରେ ଏବଂ ଉଚିତ ମୂଲ୍ୟରେ ବିକ୍ରି କରିପାରିବେ ସେଥିପାଇଁ ବିହିତ ବ୍ୟବସ୍ଥା କରାଯାଉଥିବା ଜିଲ୍ଳା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସତ୍ୟବାଦୀ ରେ ବୋମା ମାଡ଼ ଅଭିଯୁକ୍ତ ସଂଜୟ ଗିରଫ୍...

Fri Feb 4 , 2022
ତ୍ରିନାଥ ବାରିକ(ସତ୍ୟବାଦୀ):ଗାଁ ଗାଁରେ ପଞାୟତ ନର୍ଵାଚନ ଊଷ୍ମତା ଲାଗି ରହିଥିବା ବେଳେ ପୁରୀଜିଲ୍ଲା ସତ୍ୟଵାଦୀ ବ୍ଲକର ଵିଲିପଡି ସାମିଲ ବଡେଇକେରା ଗ୍ରାମରେ ଶୁକ୍ରବାର ଭୋର ସମୟରେ ବୋମମାଡ ଘଟିଛି। ଵସ ମାଲିକ ଙ୍କୁ ପୂର୍ବରୁ ଧମକ ଦେଇଥିବା ତାଙ୍କ ଡ୍ରାଇଭର ସଞ୍ଜୟ ସୁକାରୀ ଓରଫ ମୁନା ବୋମମାଡ କରିଥିଲେ। ପାସେଞ୍ଜରକୁ ର୍ଦୁବ୍ୟଵହାର ଓ ବସଭଢା ଆୟ ହେରଫେର ଯୋଗୁ ତାଙ୍କୁ କାମରୁ ବିଦାକରି ଦେଇଥିଲେ। ପ୍ରତିଶୋଧ ପରାୟଣ ହୋଇ ଗାଡି […]

You May Like

Pin It on Pinterest