ସତ୍ୟବାଦୀ ରେ ବୋମା ମାଡ଼ ଅଭିଯୁକ୍ତ ସଂଜୟ ଗିରଫ୍…

ତ୍ରିନାଥ ବାରିକ(ସତ୍ୟବାଦୀ):ଗାଁ ଗାଁରେ ପଞାୟତ ନର୍ଵାଚନ ଊଷ୍ମତା ଲାଗି ରହିଥିବା ବେଳେ ପୁରୀଜିଲ୍ଲା ସତ୍ୟଵାଦୀ ବ୍ଲକର ଵିଲିପଡି ସାମିଲ ବଡେଇକେରା ଗ୍ରାମରେ ଶୁକ୍ରବାର ଭୋର ସମୟରେ ବୋମମାଡ ଘଟିଛି। ଵସ ମାଲିକ ଙ୍କୁ ପୂର୍ବରୁ ଧମକ ଦେଇଥିବା ତାଙ୍କ ଡ୍ରାଇଭର ସଞ୍ଜୟ ସୁକାରୀ ଓରଫ ମୁନା ବୋମମାଡ କରିଥିଲେ। ପାସେଞ୍ଜରକୁ ର୍ଦୁବ୍ୟଵହାର ଓ ବସଭଢା ଆୟ ହେରଫେର ଯୋଗୁ ତାଙ୍କୁ କାମରୁ ବିଦାକରି ଦେଇଥିଲେ।

ପ୍ରତିଶୋଧ ପରାୟଣ ହୋଇ ଗାଡି ଚଳାଇ ଦେବିନି ଘରକୁ ବୋମମାଡ କରିବାକୁ ଧମକ ଦେଇଥିଲେ। ଶୁକ୍ରବାର ଭୋର ସମୟରେ ବସ ମାଲିକ ସୁବାଷ ଚନ୍ଦ୍ର ବରାଳଙ୍କ ଘର ପାଖରେ ରହିଥିବା ବସ ନିକଟକୁ ଵୋମାମାଡ କରି ପଳାଇଥିଲେ। ଘଟଣାସ୍ଥଳରେ ଦୁଇଟି ଵୋମା ବିଷ୍ପୋରଣ ହୋଇଥିଲା। ଖବରପାଇ ସତ୍ୟଵାଦୀ ଥାନା ଆଇଆଇସି ଦୀଲ୍ଲିପ କୁମାର ଧଳ ସଦଳବଳେ ବିଲିପଡାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ସେଠାରେ ପୋଲିସ ମୁତୟନ କରିବାସହ ଵୋମା ନିଷ୍କ୍ରିୟକାରୀ ଦଳକୁ ଖବର ଦିଆଯାଇଥିଲା। ଅଭିଯୁକ୍ତ ଡ୍ରାଇଭର କୁ ପୋଲିସ ବାଲିପଡା ଗ୍ରାମରୁ କାବୁ କରିବା ସହ ତା ନିକଟରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ପିପିଲି ଏସଡିପିଓ ଦେଵଦତ ବରାଳ ଅଧିକ ତଦନ୍ତ ଚଳାଇଛନ୍ତି। ଅଟକ ଅଭିଯୁକ୍ତ ର ଘର ସତ୍ୟଵାଦୀ ଥାନା ଅନ୍ତର୍ଗତ ବଗୁଲାପାରି ଗ୍ରାମରେ ବୋଲି ଜଣାପଡିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଫେବୃଆରୀ ୨୮ ସୁଦ୍ଧା,ଏହି ରାଶିର ଲୋକଙ୍କ ସମ୍ମାନ ଏବଂ ଧନରେ ବୃଦ୍ଧି ଘଟିବ,ଫେବୃଆରୀ ୫ ରୁ ନୂତନ ସୁଯୋଗ ସୃଷ୍ଟି ହେବ...

Fri Feb 4 , 2022
ଡ଼.ନବକିଶୋର ମିଶ୍ର ଫେବୃଆରୀ ମାସରେ, ଅନେକ ବଡ ଗ୍ରହର ରାଶି ପରିବର୍ତ୍ତନ ହେବ | ଗ୍ରହମାନଙ୍କର ରାଶିର ପରିବର୍ତ୍ତନ ସମସ୍ତ ୧୨ ରାଶିକୁ ପ୍ରଭାବିତ କରିବ | ଗ୍ରହମାନଙ୍କର ଗତିବିଧିରେ ପରିବର୍ତ୍ତନ କିଛି ରାଶିଫଳ ଉପକାର କରିବ ଏବଂ କିଛି ରାଶିର ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ | ୨୦୨୨ ବର୍ଷ ପାଇଁ ଫେବୃଆରୀର ରାଶିଫଳ ଜାଣନ୍ତୁ | ଫେବୃଆରୀ ମାସ ଅନେକ ରାଶି ପାଇଁ ଏକ ଉତ୍ସାହ ବୋଲି […]

You May Like

Pin It on Pinterest