
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି):୫।୨- ଚାନ୍ଦବାଲି-ଭଦ୍ରକ ମୁଖ୍ୟରାସ୍ତା ଚନ୍ଦନପୁର ନିକଟରେ ମର୍ମାନ୍ତକ ସଡକ ଦୁର୍ଘଟଣା । କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା ଫଳରେ ବାଇକ୍ ଅରୋହୀ ଜଣକ କାରରେ ପିଟିହୋଇ ୮ଫୁଟ ଉଚକୁ ଉଠି ତଳକୁ ଖସି ପଡ଼ିଥିଲେ । ଘଟଣାସ୍ଥଳରେ ସ୍ଥାନୀୟଲୋକେ ତୁରନ୍ତ ବାଇକ୍ ଅରୋହୀଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ବାଇକ୍ ଅରୋହୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଭଦ୍ରକ ଆହାରପଦା ଗୋପାଳପୁର ଗ୍ରାମର ସତ୍ୟବ୍ରତ ଜେନା, ହେଉଛନ୍ତି ବାଇକ୍ ଅରୋହୀ ।