
ପ୍ରମୋଦ ନାୟକ(ଭୁବନେଶ୍ବର): ୫।୨- ଆସନ୍ତା ମାର୍ଚ୍ଚ ମାସରେ କଂଗ୍ରେସର ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଉପସଭାପତି ଯଜ୍ଞଶ୍ବର ବାବୁ । ସେ କହିଛନ୍ତି, ଆସନ୍ତା ମାର୍ଚ୍ଚ ମାସରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ।ପ୍ରତି ଜିଲ୍ଲା ଓ ବ୍ଲକ୍ରେ ରିଟର୍ଣ୍ଣିଂ ଅଫିସର ନିୟୋଜିତ ହେବେ ।
ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକ୍ରେ ଡିଜିଟାଲ୍ ଓ ବାଲାଟ୍ ମାଧ୍ୟମରେ ନିର୍ବାଚନ କରାଯିବ । ନିରଜ ଡଙ୍ଗୀ ପ୍ରାଦେଶିକ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରତି ପୁଲିଂ ବୁଥ୍ରୁ ୧୦୦ ଜଣଙ୍କୁ ସଦଶ୍ୟ କରିବା ପାଇଁ ଟାର୍ଗେଟ୍ କରାଯାଇଛି ।