ବେଙ୍ଗାଲୁରୁ ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରେ ୩ଜଣ ଠକଙ୍କୁ ଗିରଫ କରିବାରେ ସଫଳ…

ମନୋଜ ମହାନ୍ତି(ଭୁବନେଶ୍ୱର): ୦୫।୦୨ -ବେଙ୍ଗାଲୁରୁ ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରେ । ଚନ୍ଦ୍ରଶେଖରପୁର ଥାନା ପୋଲିସ ସହଯୋଗ ରେ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୩ଜଣ ଠକଙ୍କୁ ଗିରଫ କରିବାରେ ସଫଳ ହୋଇଛି ବେଙ୍ଗାଲୁରୁ ପୋଲିସ ।

ସୂଚନା ଅନୁସାରେ ,୨୦୧୮ ମସିହାରୁ ଏହି ୩ ଠକ ବେଙ୍ଗାଲୁରୁ ପୋଲିସ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ଼ ଥିଲେ ।ସେବେଠାରୁ ଏହି ଠକଙ୍କୁ ଧରିବା ପାଇଁ ଯୋଜନା କରୁଥିଲା ବେଙ୍ଗାଲୁରୁ ପୋଲିସ । ତେବେ ଏହି କ୍ରମରେ ଭୁବନେଶ୍ୱର ଚନ୍ଦ୍ରଶେଖପୁର ଥାନା ପୋଲିସ ସହାୟତାରେ ୩ଜଣଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ୩ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ । ଜଣେ ପୁନେ ସଫ୍ଟଓ୍ୱେର କମ୍ପାନୀରେ ଚାକିରୀ କରେଇ ଦେବା କହି ଠକି ନେଇଥିଲେ । ଚନ୍ଦ୍ରଶେଖରପୁର ପୋଲିସ ଗିରଫ କରିବା ପରେ ବେଙ୍ଗାଲୁରୁ ପୋଲିସକୁ ହସ୍ତାନ୍ତର ।ଏବେ ୩ ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁ ପୋଲିସ ଟ୍ରାଞ୍ଜିଟ ରିମାଣ୍ଡରେ ନେବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଂଗ୍ରେସର ଆଭ୍ୟନ୍ତରୀଣ ନିର୍ବାଚନ ଆସନ୍ତା ମାର୍ଚ୍ଚ ମାସରେ

Sat Feb 5 , 2022
ପ୍ରମୋଦ ନାୟକ(ଭୁବନେଶ୍ବର): ୫।୨- ଆସନ୍ତା ମାର୍ଚ୍ଚ ମାସରେ କଂଗ୍ରେସର ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଉପସଭାପତି ଯଜ୍ଞଶ୍ବର ବାବୁ । ସେ କହିଛନ୍ତି, ଆସନ୍ତା ମାର୍ଚ୍ଚ ମାସରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ।ପ୍ରତି ଜିଲ୍ଲା ଓ ବ୍ଲକ୍‌ରେ ରିଟର୍ଣ୍ଣିଂ ଅଫିସର ନିୟୋଜିତ ହେବେ । ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକ୍‌ରେ ଡିଜିଟାଲ୍ ଓ ବାଲାଟ୍ ମାଧ୍ୟମରେ ନିର୍ବାଚନ […]

You May Like

Pin It on Pinterest