
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୦୫\୦୨-ଭଦ୍ରକ ଜିଲା ଆରଡିପୀଠ ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀ କୂଳ ଲଂଘିବା ଫଳରେ ଗତକାଲି ସନ୍ଧ୍ଯାରେ ଓ ବିଳମ୍ବିତ ରାତିରେ ଦୁଇଦୁଇ ଥର ସୁରକ୍ଷାବନ୍ଧ ନଦୀ ମଧ୍ଯକୁ ଧସିଯିବାରୁ ନଦୀକୂଳରେ ଥିବା ୬ଟି ପରିବାରରଙ୍କର ୫ବଖରା ଘରର ଭୂସ୍ଖଳନ ଘଟି ୩\୪ଫୁଟ ଦବିଯିବା ସହ ବଡ ଫାଟ ସୃଷ୍ଟି ହେବା ଦ୍ବାରା ପରିବାର ଲୋକ ନିଜର ଆସବାବପତ୍ର ଛାଡି ଛୁଆ ପିଲାଙ୍କୁ ଧରି ଗାଁ ମଧ୍ଯକୁ ପଳାଇଯାଇଥିଲେ ।
ଏପରିକି ଗୁହାଳଘରର ବଡ ଫାଟ ଦେଖା ଦେବା ସହ ଢଳି ପଡିବାରୁ ଗୋରୁଗାଈଙ୍କ ଫିଟାଇ ଦେଇଥିଲେ ଗ୍ରାମବାସୀ। ନଦୀର ଅନ୍ଯ ସ୍ଥାନରେ ସୁରକ୍ଷାବନ୍ଧର ଏବେ ବଡ ଫାଟ ହେବାରେ ଲାଗିଛି। ଏହି ବନ୍ଧରେ ଦୈନନ୍ଦିନ ଗାଁ ଲୋକ ବିଭିନ୍ନ କାର୍ଯ୍ଯ ପାଇଁ ଯାତାୟତ କରୁଥିବା ବେଳେ ବିଦ୍ଯାଳୟକୁ ଛୋଟଛୋଟ ପିଲା ଯାଇଥାନ୍ତି। ଏପରିକି କୁମ୍ଭୀର ଅନେକ ସମୟରେ ଏହି ନଦୀବନ୍ଧରେ ଶୋଇ ରହିଥାଏ। ଏବେ ବନ୍ଧ ନଦୀକୁ ଧସିଯାଇଥିବାରୁ ଗାଁ ଲୋକ ଆତଙ୍କିତ ହୋଇପଡିଛ୍ତି। ନଦୀବନ୍ଧର ମରାମତି ଆଳରେ ପ୍ରତିବର୍ଷ ଲକ୍ଷାଧିକଟଙ୍କା ବ୍ଯୟବରାଦ ହେଉଥିଲେ ମଧ୍ଯ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଓ ଠିକ କାର୍ଯ୍ଯକାରୀ ହେଉନଥିବାରୁ ବାରମ୍ବାର ଏହିସ୍ଥାନରେ ନଦୀବନ୍ଧ ଧସୁଛି।



