
ନମୋଗୁରୁ(ସୋନପୁର):୭।୨-ସୋନପୁର ଜିଲ୍ଲା ଉଲୁଣ୍ଡା ଶିକ୍ଷକ ଭବନ ପଛପଟୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରିଛି ପୋଲିସ । ଶିକ୍ଷକ ଭବନ ପଛପଟେ କିଏ ଏହି ମୃତ ଶିଶୁକୁ ପକାଇଛି ତଦନ୍ତ ଜାରି ରଖିଛି ପୋଲିସ ।
ଖବର ଅନୁସାରେ,ସ୍ଥାନୀୟ ଲୋକେ ଉଲୁଣ୍ଡା ଶିକ୍ଷକ ଭବନ ପଛପରେ ଶିଶୁର ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ମୃତଦେହ ଜବତ କରିଛି । ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଶିଶୁଟିକୁ ଏଠାରେ ଫୋପାଡିଛି ତାହା ଜଣାପଡିନାହିଁ । ଏ ନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।