୧-UGC ଜାରି କଲା ଗାଇଡଲାଇନ ,ପ୍ରତି ଉଚ୍ଚ ଶିକ୍ଷାନୁଷ୍ଠାନରେ ନୁଆ ବର୍ଷରୁ ଫିଟନେସ ପିରିୟଡ଼।
୨-ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡସରେ ଓଡିଆ ଯୁବକ ଅମନ୍ ଛତ୍ରିଆ -ଗୋଟିଏ ମିନିଟରେ ସବୁଠୁ ଅଧିକ କିପ୍ ଅପସ କରି କଲେ ରେକର୍ଡ।
୩-କେନ୍ଦ୍ରାପଡ଼ା: ସାରଥୀଙ୍କ ଆଶ୍ରମ ଓ ସତ୍ଯମ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟଙ୍କ ନାମରେ ଥିବା ଆଉ ୩ଟି ପ୍ଲଟ୍ କୁ ନିଜ ଅକ୍ତିଆରକୁ ନେଲା ଇଡି।
୪-ଆଜି ଠାରୁ ଟୋଲଗେଟ୍ ରେ ଫାସଟ୍ଯାଗ ବ୍ୟବସ୍ଥା ମାସେ ପର୍ଯ୍ୟନ୍ତ କୋହଳ।ଟୋଲପ୍ଲାଜାର ୨୫% ଲେନ ହେବ ହାଇବ୍ରିଡ।
୫-ବଢ଼ିଲା ଅମୂଲ କ୍ଷୀରର ମୂଲ୍ୟ, ଅମୂଲ ଗୋଲ୍ଡର ୫୦୦ ଗ୍ରାମ କ୍ଷୀର ପକେଟର ମୂଲ୍ୟ ୨୭ ରୁ ବଢ଼ି ୨୮ କରାଯାଇଛି। ୫୦୦ ଗ୍ରାମ ଅମୂଲ ତାଜା ପକେଟ୍ ୨୧ ଟଙ୍କାରୁ ବଢି ୨୨ ଟଙ୍କା ହୋଇଛି।
୬-ରାଜଧାନୀରେ ଏବେ ଡିମାଣ୍ଡରେ କାଶ୍ମୀର କାୱା ଚା’ -ଥଣ୍ଡା, କାଶ ଭଲ ହେବା ସହ ଓଜନ କମାଇବାରେ ହେଉଛି ସହାୟକ।
୭-କାଳିଆ-କିଶାନ ମିଶିବା ପରେ ଏବେ ପିଏମ ଆବାସରେ ମିଶିବ ବିଜୁ ପକ୍କାଘର ଯୋଜନା।
୮-ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତା ହେଲା ଲୋକସେବା ମାର୍ଗ।
୯-ରାମ ମନ୍ଦିର ନିର୍ମାଣ ପାଇଁ ଘର ପିଛା ଗୋଟିଏ ଇଟା ଓ ୧୧ଟଙ୍କା ଦାନ କରିବାକୁ ଯୋଗୀଙ୍କ ଆହ୍ଵାନ।
୧୦-ପୁଣି ଟ୍ରିବ୍ୟୁନାଲରେ ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲା, ଫେବୃଆରୀ ୧ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି।
୧୧-ଖଣି ଟଙ୍କାରେ ହେବ ଅବଢା ଯୋଜନା, ବିକାଶ ହେବ ଶ୍ରୀଜଗନ୍ନାଥ ଐତିହ୍ୟର ବିକାଶ।