ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କୋହଳ ହେଲା କରୋନା କଟକଣା…

ପ୍ରମୋଦ ନାୟକ(ଭୁବନେଶ୍ୱର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କୋହଳ ହେଲା କରୋନା କଟକଣା ।ପଞ୍ଚାୟତ ନିର୍ବାଚନ ମାତ୍ର ଅଳ୍ପ ଦିନର ବ୍ୟବଧାନ ଥିବାବେଳେ । ଏଣିକି ପ୍ରାର୍ଥୀ ୨୦ ଜଣ ସହଯୋଗୀଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ । ୩ଶହ ଲୋକଙ୍କୁ ନେଇ ଆୟୋଜିତ ହୋଇପାରିବ ରାଜନୈତିକ ସଭା ।ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ କଥା ସ୍ପଷ୍ଠ କରିଛନ୍ତି ।

କିଛି ଦିନ ଧରି କରୋନା ଗ୍ରାଫ କିଛି ଦିନ ହେଲା କ୍ରମାଗତ ଭାବେ ତଳମୁହାଁ ହେଉଥିବାର ପରିଲକ୍ଷିତ କରି ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ରାଜ୍ୟ ନିର୍ବାଚନ କମିଶନରଙ୍କ କହିବାନୁଯାୟୀ, ପଞ୍ଚାୟତ ନିର୍ବାଚନ ନିମନ୍ତେ ପୂର୍ବରୁ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଛି। ପୂର୍ବରୁ ୫ ଜଣଙ୍କୁ ନେଇ ପ୍ରଚାର ନିମନ୍ତେ ଅନୁମତି ମିଳିଥିବା ବେଳେ ଏଣିକି ୨୦ ଜଣକୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ ପ୍ରାର୍ଥୀ।

ପୂର୍ବରୁ ରାଜନୈତିକ ସଭାକୁ ଅନୁମତି ମିଳି ନ ଥିବା ବେଳେ ଏବେ, ୩୦୦ ଲୋକଙ୍କୁ ନେଇ ରାଜନୈତିକ ସଭା ଆୟୋଜିତ ହୋଇପାରିବ । କିନ୍ତୁ ଏହି ସମୟରେ ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ପୂର୍ବପରି ରାଲି, ପଦଯାତ୍ରା, ବାଇକ ରାଲି ଉପରେ ଲାଗୁ ହୋଇଥିବା କଟକଣା ବଳବତ୍ତର ରହିବ ।

ଏହାବାଦ ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି, ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ସରିଛି । ୮୦, ୯୦% ପୁଲିଂ ଷ୍ଟାଫଙ୍କୁ ପ୍ରିକସନାରି ଡୋଜ ଦିଅସରିଛି। ଅନ୍ୟମାନଙ୍କୁ ଆସନ୍ତା ୨ ଦିନରେ ଦିଆଯିବ। ଏହାବାଦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କି ଅଧିକାଂଶ ଜିଲ୍ଲାରେ ସରିଯାଇଛି। ଅନ୍ୟ ଜିଲ୍ଲାରେ ଆସନ୍ତା ୨ ଦିନରେ ଶେଷ ହେବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Feb 8 , 2022
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୦୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୧ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୬୯୮୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୩୮୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୪୧୫୯୭ଜଣ ସୁସ୍ଥ ହୋଇଛନ୍ତି । […]

You May Like

Pin It on Pinterest