ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୦୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୧ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୬୯୮୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୩୮୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୪୧୫୯୭ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ୯ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ । ଆସନ୍ତା ୩ ଦିନ ଯାଏ ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ ବଢ଼ିବ ଓ ଶୀତ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗତ  ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭୫୯୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୮୮ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୩ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୯୯୪୮୯୧ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୮ ଲକ୍ଷ ୪୦ ହଜାର ୬୫୮ ଅଧିକ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫୦୪୦୬୨ ସଂକ୍ରମିତ ପ୍ରାଣ ହରାଇଛନ୍ତି ।  

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ବିରୋଧୀ ଦଳ, ବିଶେଷକରି କଂଗ୍ରେସ ଉପରେ ବର୍ଷିଛନ୍ତି। କରୋନା ମହାମାରୀ ପରିଚାଳନାରେ ଭାରତର ସାମର୍ଥ୍ୟ ବଖାଣିବା ସହିତ ବିରୋଧୀଙ୍କ ମନୋଭାବ, କଂଗ୍ରେସର ଅହଂକାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ବିତର୍କ ଉପରେ ଉତ୍ତର ରଖି ପ୍ରଧାନମନ୍ତ୍ରୀ ବିରୋଧୀଙ୍କ କଡ଼ା ସମାଲୋଚନା କରିଛନ୍ତି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରୁ ଉତ୍ତର ପ୍ରଦେଶ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ପାଇଁ ଭର୍ଚୁଆଲ ରାଲି କରିବେ । ପ୍ରଧାନମନ୍ତ୍ରୀ ମୋଦୀ ରାମପୁର, ବଦାୟୁ ଓ ସମ୍ଭଲ ସମେତ ୧୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାର କରିବେ । ଏଥି ସହିତ ଭାରତୀୟ ଜନତା ପାର୍ଟି ଆଜି ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଘୋଷଣାପତ୍ର ମଧ୍ୟ ଜାରି କରୁଛି ।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶର ୨ଟି ଆସନରୁ ନିର୍ବାଚନ ଲଢ଼ିବେ। ନିର୍ବାଚନକୁ ମାତ୍ର ୩ ଦିନ ବାକିଥିବାବେଳେ ଅଖିଳେଶ କରହାଲ୍‌ ସହ ମୁବାରକପୁରରେ ମଧ୍ୟ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହୋଇଛି। ମୁବାରକପୁର ବିଧାନସଭା ଆସନକୁ ଏବେ ବିଏସ୍‌ପିର ଶାହ ଅଲମ ପ୍ରତିନିଧିତ୍ବ କରୁଛନ୍ତି।

 କରୋନା ବେଳେ ଲକଡାଉନ ପରିଚାଳନାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କର ଦିଲ୍ଲୀ ପ୍ରତିପକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଟ୍ୱିଟରରେ ଲଢ଼େଇ ଦେଖିବାକୁ ମିଳିଛି। କରୋନା ବେଳେ ଲୋକଙ୍କ ସହ ଅମାନବୀୟ ଭାବେ କେଜ୍ରିୱାଲ ବ୍ୟବହାର କରିଥିବା ଯୋଗୀ ଅଭିଯୋଗ କରିଛନ୍ତି। ଏହାର ଜବାବ ମଧ୍ୟ କେଜ୍ରିୱାଲ ଦେଇଛନ୍ତି।

ପରଲୋକରେ ମହାଭାରତ‌ର ଭୀମ ପ୍ରବୀଣ କୁମାର ସୋବତି। ଗତକାଲି ରାତିରେ ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପ୍ରବୀଣ କୁମାର। ବି.ଆର. ଚୋପ୍ରାଙ୍କ ମହାଭାରତରେ ପ୍ରବୀଣଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ଭୀମ ଚରିତ୍ରରେ ପରଦା ଆସି ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ। ମୃତ୍ୟୁ ପୂର୍ବରୁ ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ଜଣାପଡ଼ିଛି।

ଆଜି ପର୍ଯ୍ୟନ୍ତ ବିଶ୍ୱରେ କରୋନା ଯୋଗୁଁ ୩୯ କୋଟି ୭୮ ୬୮ ହଜାର ୭୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୧ କୋଟି ୭୩ ଲକ୍ଷ ୫୮ ହଜାର ୨୬୩ ଜଣ ସୁସ୍ଥ ହୋଇଥିଲା ବେଳେ ୫୭ ଲକ୍ଷ ୬୭ ହଜାର ୮୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଏବେ ୭ କୋଟି ୪୭ ଲକ୍ଷ ୪୪ ହଜାର ୬୪୩ ଜଣଙ୍କର ଚିକିତ୍ସା ଜାରି ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସମିତି ସଭ୍ୟା ପ୍ରାର୍ଥିନୀଙ୍କ ଆଖି ଆଗରୁ ଉଠାଇ ନେଲେ ସ୍ୱାମୀଙ୍କୁ ଅପହରଣ ଅଭିଯୋଗ...

Tue Feb 8 , 2022
ବିନିକା(ନମୋଗୁରୁ):୮/୦୨-ସୁବର୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ପଂଚାୟତର ସମିତି ସଭ୍ୟ ପ୍ରାର୍ଥିନୀ ମୀନା ଦେହେରୀଙ୍କ ସ୍ବାମୀ ରାଜେସ ଦେହେରୀଙ୍କୁ ବନ୍ଧୁକ, ଛୁରୀ ଦେଖାଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ସାଂଘାତିକ ଅଭିଯୋଗ ଆଣି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମୀନା ଦେହେରୀ । ଖବର ଅନୁଯାଇ, ବିନିକା ବ୍ଲକ ସକମାଗାଁକୁ ପ୍ରଚାରରେ ଯାଇଥିଲେ ଉଭୟ ସ୍ବାମୀ ସ୍ତ୍ରୀ ।ଏହି ସମୟରେ ସୁରେଶ ପୂଜାରୀ ନାମକ ବ୍ୟକ୍ତି ଜୀବନରେ […]

You May Like

Pin It on Pinterest