
ବିନିକା(ନମୋଗୁରୁ):୮/୦୨-ସୁବର୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ପଂଚାୟତର ସମିତି ସଭ୍ୟ ପ୍ରାର୍ଥିନୀ ମୀନା ଦେହେରୀଙ୍କ ସ୍ବାମୀ ରାଜେସ ଦେହେରୀଙ୍କୁ ବନ୍ଧୁକ, ଛୁରୀ ଦେଖାଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ସାଂଘାତିକ ଅଭିଯୋଗ ଆଣି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମୀନା ଦେହେରୀ ।
ଖବର ଅନୁଯାଇ, ବିନିକା ବ୍ଲକ ସକମାଗାଁକୁ ପ୍ରଚାରରେ ଯାଇଥିଲେ ଉଭୟ ସ୍ବାମୀ ସ୍ତ୍ରୀ ।ଏହି ସମୟରେ ସୁରେଶ ପୂଜାରୀ ନାମକ ବ୍ୟକ୍ତି ଜୀବନରେ ମାରି ଦେବାକୁ ଧମକ ଦେବା ସହ ଦଶ ବାର ଜଣ ସମର୍ଥକ ଆସି ସକମା ଗାଁ ମନ୍ଦିର ସାମନାରୁ ରାଜେସଙ୍କୁ ଉଠାଇ ନେଇଥିବା ବେଳେ ମୀନାଙ୍କୁ ଗାଳି ଗୁଲଜ କରିବା ସହିତ ପୁରନ୍ଦର ସାଣ୍ଢ ଅସଦବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ମୀନା ଦେହେରୀ ।ଅପରପକ୍ଷରେ ବିନିକା ପୋଲିସ ଅଭିଯୋଗ କୁ ଗ୍ରହଣ କରି ଏକ ଅପହରଣ ମାମଲା ରୁଜୁ କରି ଗାଁ କୁ ଯାଇ ଅନୁସନ୍ଧାନ ଜାରି ରଖିଛନ୍ତି ।